ଯାଜପୁର: କରୋନା ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରାୟ ଏକ ହଜାର ଭଳି ପଜିଟିଭ୍ କେଶ ଚିହ୍ନଟ ହୋଇଚ୍ଥନ୍ତି । ସେଥିରୁ ପ୍ରାୟ ୬୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଚ୍ଥନ୍ତି । ଆଗାମୀ ଦିନରେ ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ ଅଧିକ ଭିତିଭୂମିର ଆବ୍ୟକତା ରହିଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନର ଜିଲ୍ଲା ମୁଖ୍ୟଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ । ଶିଳ୍ପାନୁଷ୍ଠାନ ମାନଙ୍କ ପାଖରେ ହଜାର ହଜାର ବ୍ୟକ୍ତି କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ସଂପୃକ୍ତ ସଂସ୍ଥା ଦାୟିତ୍ୱ ନେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ଏ ସଂପର୍କରେ ଏକାଧିକବାର ବୈଠକ କରାଯାଇ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ଯେଊଁ ନିୟମାବଳୀ ଓ ଏସ୍.ଓ.ପି. ଧାର୍ଯ୍ୟ କରିଚ୍ଥନ୍ତି । ଶିଳ୍ପ ସଂସ୍ଥାମାନେ ସେହି ଆଧାରରେ ନିଜର କର୍ମଚାରୀ, କଣ୍ଟ୍ରାକ୍ଟର ଓ ଶ୍ରମିକ ମାନଙ୍କୁ ପରିଚାଳିତ କରୁଚ୍ଥନ୍ତି ବୋଲି ସୂଚନା ଦେବା ସହ କାର୍ଯ୍ୟ କ୍ଷେତ୍ରରେ ବା ଶିଳ୍ପାନୁଷ୍ଠାନ ଗୁଡିକରେ କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଊଚ୍ଥି ବୋଲି ଊପସ୍ଥିତ ଶିଳ୍ପାନୁଷ୍ଠାନର ଜିଲ୍ଲା ମୁଖ୍ୟ ମାନେ ସୂଚନା ଦେଇଥିଲେ । ତେବେ ବର୍ତମାନ ଠାରୁ ସମସ୍ତ କର୍ମଚାରୀ ଏବଂ ଶ୍ରମିକ ମାନଙ୍କର ଥର୍ମାଲ ସ୍କାନିଂ ସହ ଅକ୍ସି ମିଟର ବ୍ୟବହାର କରି ରିପୋର୍ଟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହିତ ସମସ୍ତ କର୍ମଚାରୀ “ଆରୋଗ୍ୟ ସେତୁ” ଆପ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଯାହା ପଂଳରେ କେହି ଥଣ୍ଡା, ଜ୍ୱର, କାଶ ଇତ୍ୟାଦିରେ ଅସୁସ୍ଥ ଥିଲେ ଜାଣିବା ସହଜ ହେବ । ସେହିପରି ପ୍ରତ୍ୟେକ ଶିଳ୍ପ ସଂସ୍ଥା ନିଜ ବ୍ୟୟରେ ନିଜ ଅଂଚଳରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ କେହି କରୋନାରେ ଆକ୍ରାନ୍ତ ହେଲେ ସେଠାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଥିଲେ । ଜିଲ୍ଲାର କଳିଙ୍ଗ ନଗର କୋଭିଡ କେୟାର ହସ୍ପିଟାଲରେ ୧୫୦ ଓ ଏନ୍.ସି. କୋଭିଡ କେୟାରରେ ୪୦୦ ଶଯ୍ୟା ରହିଚ୍ଥି । ଏହା ବ୍ୟତୀତ ଆହୁରି ଅଧିକ ଶଯ୍ୟାର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରାଯିବାକୁ ସ୍ଥିର କରାଯାଇଥିବାର ସୂଚନା ପ୍ରଦାନ କରାଯାଇଥିଲା । ଅପର ପକ୍ଷରେ ସରକାର ପଂଚାୟତ ସ୍ତରରେ କୋଭିଡ କେୟାର ହୋମ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରୁଥିବାରୁ ଏହାର ମଧ୍ୟ ଭିତିଭୂମିକୁ ସୁଦୃଢ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଶିଳ୍ପ ସଂସ୍ଥାମାନେ ନିଜସ୍ୱ ଭାବେ ଏହି କୋଭିଡ କେୟାର ବ୍ୟବସ୍ଥା କରିବେ କିମ୍ୱା ସଂଗଠିତ ଭାବେ ଜିଲ୍ଲାରେ ଯେଊଁ ଭିତିଭୂମି ରହିଚ୍ଥି ତାହାର ଊପଯୋଗ କରି ଅଧିକ ଶଯ୍ୟା ବ୍ୟବସ୍ଥା ମାଧ୍ୟମରେ କରୋନା ମୁକାବିଲା କରିବେ ସେ ସଂପର୍କରେ ଜିଲ୍ଲାପାଳ ସ୍ପଷ୍ଟିକରଣ ଚାହିଁଥିଲେ । ଊପସ୍ଥିତ ଶିଳ୍ପ ସଂସ୍ଥା ପ୍ରତିନିଧିମାନେ ଶନିବାର ସୁଦ୍ଧା ମତାମତ ଦେବାକୁ ସମୟ ମାଗିଥିଲେ । ଏହି ସମୟସୀମା ମଧ୍ୟରେ ପ୍ରତ୍ୟେକ ନିଜର ମତାମତ ଦେବା ସହ ଅଧିକରୁ ଅଧିକ କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ବ୍ୟବହାର ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଓ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନର ଜିଲ୍ଲା ମୁଖ୍ୟ ମାନେ ଯୋଗ ଦେଇ ଆଲାଚନାରେ ଅଂଶ ଗ୍ରହଣ କରିଥିଲେ ।