ଡେଲାଙ୍ଗ: ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଠାରୁ ଧାନକେରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଏବେ ସାଧାରଣ ଜୀବନ ଯାପନ ଚଳ ପ୍ରଚଳରେ ବିପଦ ଆଣି ଦେଇଥିବା ଦେଖିବାକୁ ମିଳିଛି । ସୁଚନା ଥାଉକି ଏହି ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ଡେଲାଙ୍ଗ ବ୍ଲକର୬ଟି ପଂଚାୟତ ଯଥା ବେରବୋଇ, ଗୁଆଳିପଡା, ଶ୍ରୀପୁରୁଷୁତମପୁର, ମୁନିଦା, ଅଭୟମୁଖି ଓ ଧାନକେରା ର ଲୋକମାନେ ଦୈନିଦିନ ଚଳପ୍ରଚଳ କରନ୍ତି ।ଏହି ରାସ୍ତା ଉପରେ ବୋଳକଣା ଗ୍ରାମ ନିକଟସ୍ଥ ତାଳବଣିଆ ସାହିଠାରେ ଦିର୍ଘଦିନ ହେବ ଏକ ବିରାଟକାୟ ଓସ୍ତ ଗଛ ରାସ୍ତା ଉପରେ ବିପଦ ଅବସ୍ଥାରେ ନଇଁ ରହିଛି । ଯାହା ଦ୍ୱାରା ଲୋକମାନେ କ୍ରକିଂଟି ରାସ୍ତାରେ ନଯାଇ ପାଖ ମାଟି ରାସ୍ତାରେ ଯାତାୟତ କରୁଛନ୍ତି । କେତେବେଳେ ଯେ ଲୋକଙ୍କ ଉପରେ ଏହି ଗଛ ମାଡି ବସି ବିପଦ ନଆଣିବ ତାହା କହିବା ଅସମ୍ଭବ ।