ଭୁବନେଶ୍ୱର: କରୋନା ଲୋକଙ୍କ ଯାତାୟାତ ବନ୍ଦ ହୋଇଯିବା ପରେ ବରମୁଣ୍ଡା ବସଷ୍ଟାଣ୍ଡ ଗୁହାଳ ପାଲଟି ଯାଇଥିବା ଖବର ତ ପଢ଼ିଥିବେ, ମାତ୍ର ଏବେ ଭିତିଭୂମି ଆହୁରି ବିଗିଡ଼ି ଯାଇଛି । ଵଉଷ୍ଟାଣ୍ଡ ପରିସରରେ ପରିସ୍ରାଗାର ଅଛି, କିନ୍ତୁ ଲୋକେ ବାହାରେ ପରିସ୍ରା କରୁଛନ୍ତି । ଦୀର୍ଘ ଦିନ ଧରି ଅଚଂଳ ହୋଇପଡ଼ିଥିବାରୁ ଏବଂ ପରିଷ୍କାର କରାଯାଉ ନଥିବାରୁ ଯାତ୍ରୀମାନେ ବାହାରେ କାମ ଚଳେଇ ନେଉଛିନ୍ତି । ଏଣେ ରାସ୍ତା ଖାଲମାରେ ଭର୍ତି ହୋଇ ପାଣି ଜମି ରହିଛି । ସେଡ୍ କାନ୍ଥରେ କେଉଁଠି ଗଛ ଉଠିଗଲାଣି ତ କେଉଁଠି କାନ୍ଥ ଫାଟି ପାଣି ଗଳୁଛି । ମହିଳା ବିଶ୍ରାମାଗାର ବି କୌଣସି ଭୂତ କୋଠିଠୁ କମ୍ ଦେଖାଯାଉନାହିଁ । ରାସ୍ତା ଓ ଟଏଲେଟ୍ ସଜାଡ଼ିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ କୋକୋଟି ଟଙ୍କା ବ୍ୟୟ ହୋଇଛି । ଏହା ସତ୍ୱେ ପୁନଃ ମରାମତିର କିଛି ଦିନ ପରେ ଭିତିଭୂମି ପୁଣି ବିଗିଡ଼ି ଯାଇଛି । ୨୩ ଲକ୍ଷ ବ୍ୟୟରେ ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ହୋଇଥିବା ପରିସ୍ରାଗାର ବି ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । କେବଳ ସେତିକି ନୁହେଁ, ପରିବହନ ବିଭାଗ ରକ୍ଷାଣାବେକ୍ଷଣ କାର୍ଯ୍ୟ ଠିକ୍ ଭାବେ ତଦାରଖ କରୁ ନଥିବାରୁ ବସଷ୍ଟାଣ୍ଡର ରୁଗ୍ଣ ଚିତ୍ର ପଦାରେ ପଡ଼ିଛି । ବରମୁଣ୍ଡା ବସଷ୍ଟାଣ୍ଡକୁ ରାଜ୍ୟର ସର୍ବବୃହତ୍ ବସଷ୍ଟାଣ୍ଡ ବୋଲି କୁହାଯାଉଛି । କରୋନା ଯୋଗୁଁ ସିନା ବସ୍ ଗଡ଼ୁନାହିଁ, କିନ୍ତୁ ସାଧାରଣ ସମୟରେ ଏଠାରେ ଦୈନିକ ୮ ଶହରୁ ଅଧିକ ବସ୍ ଗଡ଼ୁଛି । ୩୦ ହଜାରରୁ ଅଧିକ ଯାତ୍ରୀ ଏହି ଵଉଷ୍ଟାଣ୍ଡରୁ ଯା’ ଆସ କରୁଛନ୍ତି । ଅଥଚ ବସଷ୍ଟାଣ୍ଡ ପରିସରର ଭିତିମୂମିକୁ ସବୁବେଳେ ଅବହେଳା କରାଯାଇଛି । ଗତବର୍ଷରୁ ବସଷ୍ଟାଣ୍ଡକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୬୦ କୋଟି ୬୬ ଲକ୍ଷ ଟଙ୍କାରେ ୨ ବର୍ଷ ଭିତରେ ଉନ୍ନତମାନର ବସଷ୍ଟାଣ୍ଡ ସରିବ ବୋଲି କୁହାଯାଇଛି । ତେବେ ସଂପ୍ରତି ଏନେଇ କୌଣସି ପ୍ରକାର ନିର୍ମାଣ କିମ୍ବା ଉଚ୍ଛେଦ କାମ ହେଉନଥିବାରୁ ଏହି ଅନ୍ତଃରାଜ୍ୟ ବସ୍ ଟର୍ମିନାଲ ସ୍ୱପ୍ନ କେବେ ସାକାର ହେବ ତାହା କହିବା ମୁସ୍କିଲ୍ । ଏଣେ ବସଷ୍ଟାଣ୍ଡ ଚତୁଃପାଶ୍ୱର୍ରେ ଗଦା ହୋଇ ରହିଥିବା ଅଳିଆ , ଚତୁଃପାଶ୍ୱର୍ରେ ଭାଙ୍ଗିରୁଜି ଯାଇଥିବା ପାଚେରି ଓ ନାଳ ଯୋଗୁଁ ବସଷ୍ଟାଣ୍ଡ ପରିସର ରୁଗ୍ଣ ହୋଇପଡ଼ିଛି । ଵଉଷ୍ଟାଣ୍ଡ ନୂଆ ରୂପ ୨ ବର୍ଷ ୫ ବର୍ଷ ଲାଗୁଛି, ତାହା ସମୟ କହିବା ତେଣୁ ଅନ୍ତତଃ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଯତ୍ନ ଦେବାକୁ ବସଷ୍ଟାଣ୍ଡ ପରିସରରେ ଥିବା ବ୍ୟବସାୟୀମାନେ ଓ ଅପେକ୍ଷାରତ ଯାତ୍ରୀମାନେ ଦାବି କରିଛିନ୍ତି ।