ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ମୟୂରଭଞ୍ଜରେ ପାସ ହାର ୬୪.୪୨%

ବାରିପଦା: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଚଳିତବର୍ଷ ଉତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୬୪.୪୨ ପ୍ରତିଶତ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ୮୪.୨୬, କେନ୍ଦୁଝର ଜିଲ୍ଲାର ୫୩.୨୯ ଓ ଭଦ୍ରକ ଜିଲ୍ଲାର ୭୫.୩୧ ପ୍ରତିଶତ ରହିଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତର ଓଡିଶା ଜୋନ ଉପ ସଚିବ ଜୟଦେବ ପାରାମାଣିକ ସୂଚନା ପ୍ରଦାନ କରିଛ । ଜିଲ୍ଲାର ସମୁଦାୟ ୭୭ ଟି ପରୀକ୍ଷା କେନ୍ଦ୍ରରେ ୫୩୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୩୪୨୩ ଜଣ ଉତୀର୍ଣ୍ଣ ହୋଇଛନ୍ତି । ସେଥିରୁ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ୧୦୧୫ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୨୩୭ଜଣ , ତୃତୀୟ ଶ୍ରେଣୀରେ ୧୧୩୯ଜଣ ଓ ୩୨ଜଣ କମ୍ପାଟମେଂଟାଲରେ ପାସ କରିଥିବାର ସୂଚନା ପ୍ରଦାନ କରାଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି । ତେବେ ଜିଲ୍ଲାର ପାସ ହାର ୬୪.୪୨ ପ୍ରତିଶତରେ ସୀମିତ ରହିଛି । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତର ଓଡିଶା ଜୋନ କାର୍ଯ୍ୟାଳୟ, ବାରିପଦା ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

14 − twelve =