ଯୁବକର ଆତ୍ମହତ୍ୟା

ଯୋଡା; କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣିରେ ଥିବା ଟୋଲଗେଟ୍ ନିକଟସ୍ଥ ପାଢି ହଟିଂରେ ଏକ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ଯୁବକ ଜଣଙ୍କ ହେଲେ ଟୁନୁ ମୁଣ୍ଡା (୩୫) । ନିଜ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ଟୁନୁ ମୁଣ୍ଡା ୪ ବର୍ଷ ପୂର୍ବେ ସବିତା ମୁଣ୍ଡାକୁ ବିବାହ କରିଥିଲେ । କୌଣସି କାରଣରୁ ସ୍ତ୍ରୀ ୧ ମାସ ହେବ ତାଙ୍କୁ ଛାଡି ଅନ୍ୟତ୍ର ଜାଗାକୁ ପଳାଇଥିଲେ । ଟୁନୁ ମୁଣ୍ଡାଙ୍କର କୌଣସି ପିଲାଛୁଆ ନଥିବା ନେଇ ତାଙ୍କ ବଡ ଭାଇ ମୋଟୁ ମୁଣ୍ଡା କହିଛନ୍ତି । ତେବେ ଗତକାଲି ରାତିରେ ଟୁନୁ ମୁଣ୍ଡା ନିଜ ରୁମରେ କବାଟ ବନ୍ଦ କରି ଶୋଇପଡିଥିଲେ । ତେବେ ଆଜି ସକାଳ ୭ ଘଟିକା ସମୟରେ ଟୁନୁ ମୁଣ୍ଡା କବାଟ ଖୋଲିନଥିବାରୁ ମୋଟୁ ମୁଣ୍ଡା ତାଙ୍କ ପୁଅ ଝିଅକୁ କକାଙ୍କୁ ଡାକିବା ପାଇଁ ପଠାଥିଲେ ,ତଥାପି କବାଟ ନଖୋଲିବାରୁ ଫଳରେ ମୋଟୁ ମୁଣ୍ଡା କବାଟକୁ ଧକ୍କା ମାରି ଖୋଲିବା ପରେ ଟୁନୁ ମୁଣ୍ଡାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇ ଯୋଡା ଥାନାକୁ ଖବର ଦେଇଥିଲେ । ମୃତୁ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣକଙ୍କ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତି ନେଲେ ଏନେଇ ପୋଲିସ ତଦନ୍ତ କରୁଛି । ପୋଲିସ ମୃତଦେହକୁ ପଠାଇ ଏକ ମାମଲା ରୁଜୁ କରିଥିବା ଖବର ହସ୍ତଗତ ହୋଇଛି ।

Leave A Reply

Your email address will not be published.

two × five =