ବଳଙ୍ଗା: ବଳଙ୍ଗା ଥାନା ଅନ୍ତର୍ଗତ ବେରବୋଇ ମୁଦୁଲି ସାହିର ଆତ୍ମହତ୍ୟା କରିଥିବା ଜନୈକ ଯୁବକର ଶବକୁ ସତ୍କାର ପାଇଁ ମଶାଣିକୁ ନେଉଥିବା ବେଳେ ଖବର ପାଇ ବଳଙ୍ଗା ପୁଲିସ ଘଟଣା ସ୍ଥଳରେ ପହଂଚି ମଶାଣିରୁ ଶବକୁ ଜବତ କରିଛି । ଘଟଣାରୁ ପ୍ରକାଶ ଯେ ବେରବୋଇ ମୁଦୁଲିସାହିର ଆବୁଆ ମୁଦୁଲିଙ୍କ ସାନ ପୁଅ ଚିନ୍ମୟ ମୁଦୁଲି (୨୪) ରବିବାର ସକାଳୁ ଘରୁ ବାହାରକୁ ଯିବା ପରେ ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଘରଠାରୁ ଅଳ୍ପ ଦୁରରେ ଥିବା ଭୀମାଜୋର ନିକଟରେ ଏକ ଚାକୁଣ୍ଡା ଗଛରେ ନିଜ ଗାମୁଛା ସାହାଯ୍ୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲୋ ଗାଁ ଲୋକଙ୍କ ସାହାଯ୍ୟରେ ଚିନ୍ମୟର ମୃତ ଦେହକୁ ତଳକୁ ଆଣିବା ପରେ ସତ୍କାର ପାଇଁ ଗାଁ ମଶାଣିକୁ ନେଇଥିଲେ । ତେବେ ଜଣେ ଯୁବକର ମୃତ ଦେହକୁ ସନେ୍ଦହ ଜନକ ଭାବରେ ମଶାଣିକୁ ସତ୍କାର ପାଇଁ ନେଉଥିବା ପୁଲିସକୁ ସୁଚନା ମିଳିବା ପରେ ବଳଙ୍ଗା ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା ।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରିଥିଲା ବେଳେ ଆଜି ଶବକୁ ବ୍ୟବଛେଦ ନିମନ୍ତେ ପୁରୀ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।
ତେବେ ଯୁବକ ଜଣକ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛି ତାହା ସ୍ପଷ୍ଟ ହୋଇନଥିଲା
ବେଳେ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛିା