ନୟାହାଟ: ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ଉପଲକ୍ଷେ କାକଟପୁର ଯୁବଛାତ୍ର ସଂଗଠନ’ ଓ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର୍ ଭଲ୍ୟୁଟାରୀ ୱାର୍କ’ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା କାକଟପୁର ବ୍ଲକ୍, ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ମହାଦେବବସ୍ତ ଗ୍ରାମରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ପିଲାମାନଙ୍କ ମଧ୍ୟରେ ଶିକ୍ଷା ଉପକରଣ ଏବଂ ବିସ୍କୁଟ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ଆସ ପଢ଼ିବା, ଦେଶ ଗଢ଼ିବା” ସ୍ଲୋଗାନ୍ ଦେଇ ଅନୁଷ୍ଠାନର ସଦସ୍ୟମାନେ ନିରକ୍ଷରତା ଦୂରୀକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ପାଠପଢ଼ାରେ ଆଗ୍ରହ ସୃଷ୍ଟି ନିମନ୍ତେ ପିଲାଙ୍କ ମଧ୍ୟରେ ଶିକ୍ଷା ଉପକରଣ ଯଥା ଖାତା, କଲମ, ପେନ୍ସିଲ୍ ପ୍ରଭୃତି ବଂଟନ କରାଯାଇଥିଲା । ପିଲାମାନେ ଭବିଷ୍ୟତରେ ହେବାକୁ ରଖିଥିବା ଲକ୍ଷ୍ୟ ସମ୍ବନ୍ଧରେ ଅନୁଷ୍ଠାନର ସଦସ୍ୟମାନେ ବୁଝିବା ସହ ଲକ୍ଷ୍ୟ ପୂରଣରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ହାସ୍ୟାଭିନେତା ଜ୍ଞାନ ବାରିକ, ୟୁଥ ଫର୍ ଭଲ୍ୟୁଟାରି ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ, ଯୁବନେତା ବିନୋଦ ରାଉତ, କାକଟପୁର ଯୁବଛାତ୍ର ସଂଗଠନ ସମ୍ପାଦକ ସୁଶାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।