ବାରିପଦା: ସ୍ଥାନୀୟ ଟାଉନ୍ ଥାନା ଅଧୀନ ତଖତପୁର ଅଚଂଳରେ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତ ଦେହ ଶନିବାର ଉଦ୍ଧାର କରାଯାଇଛି । ମାଜିଷ୍ଟେ୍ରଟଙ୍କ ଉପସ୍ଥିତରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା ।ମୃତ ଯୁବତୀ ଜଣଙ୍କ ହେଉଛନ୍ତି ବରଗଡ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ ଅନ୍ଧାରିପଲ୍ଲୀ ଅଚଂଳର ନବ କିଶୋର ଦାସଙ୍କ ଝିଅ ଅର୍ଚ୍ଚନା ଦାସ(୨୪) । ସେ ଏଠାରେ ଏକ ଘରୋଇ ସୋରୁମ୍ରେ କାମ କରିବା ସହ ମାଲିକଙ୍କ ଦ୍ୱାରା ଦିଆଯାଇଥିବା ଏକ ଘରେ ରହୁଥିଲେ । ସେଠାରେ ହିଁ ସେ ମଙ୍ଗଳବାର ବେକରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ଟାଉନ୍ ଥାନାରେ ୮୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।