ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

ଯାଜପୁର: ଧର୍ମଶାଳା ବ୍ଲକ ଅଣ୍ଟିଆ ଗ୍ରାମ ପଂଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଲାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ ଚନ୍ଦ୍ର ଧଳ ନିଲମ୍ୱନ କରିଚ୍ଥନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିର୍ଦେଶ, ୨୦୧୬ର ଧାରା ୧୦କୁ ଉଲଙ୍ଘନ କରିଥିବାରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଚ୍ଥି । ଅଣ୍ଟିଆ ଗ୍ରାମରେ ଖୁଚୁରା ସାମଗ୍ରୀ ପ୍ରଦାନରେ ଅନିୟମିତତା ହେବା ସଂପର୍କରେ ଅଭିଯୋଗ ମିଳିବା ପରେ ଜିଲ୍ଲା ଯୋଗାଣ ବିଭାଗର ଏକ ତ୍ୱରିତ ବାହିନୀ ଏହାର ତଦନ୍ତ କରି ସତ୍ୟତା ଅନୁଭବ କରି ରିପୋର୍ଟ କରିଥିଲେ । ଏହି ଅନିୟମିତତା ମଧ୍ୟରେ ଖାଉଟିଙ୍କୁ କମ୍ ଓଜନ ଦ୍ରବ୍ୟ ପ୍ରଦାନ, ଦୁର୍ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.

three × 2 =