ରକ୍ତ ଜମାଟ ବାନ୍ଧିବା ପଛର କାରଣ ଟିକା ନୁହେଁ: ଷ୍ଟଡି ରିପୋର୍ଟ

ନୂଆଦିଲ୍ଲୀ: ଟିକା ନେବା ପରେ କିଛି ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଥିବାର ନଜିର ରହିଥିଲା । ଟିକା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଥିଲା । ତେବେ ଏହାକୁ ନେଇ ହୋଇଥିବା ଷ୍ଟଡି ରିପୋର୍ଟରେ କିଛି ଅଲଗା କାରଣ ଦର୍ଶାଯାଇଛି । ଟିକା ପାଇଁ ରକ୍ତ ଜମାଟ ବାନ୍ଧୁଥିବାର କୌଣସି ପ୍ରମାଣ ମିଳିନଥିବା ଗବେଷକ ମାନେ କହିଛନ୍ତି । ମୁଖ୍ୟତଃ ଆଷ୍ଟ୍ରେଜେନିକା, ଜନସନ ଆଣ୍ଡ ଜନସନ ଏବଂ ସ୍ପୁଟନିକ ଟିକା ନେଲେ ରକ୍ତ ଜମାଟ ବାନ୍ଧୁଥିବାର ଅଭିଯୋଗ ହୋଇଥିଲା । ହେଲେ ଏଭଳି ଅଭିଯୋଗ ଭାରତରେ ପ୍ରାୟତଃ ନାହିଁ । କିନ୍ତୁ କୋଭିଶିଲ୍ଡ ଟିକାର ମୂଳ କମ୍ପାନୀ ଆଷ୍ଟ୍ରେଜେନିକା ହୋଇଥିବାରୁ ଭାରତରେ ରକ୍ତ ଜମାଟ ହେବା ପ୍ରସଙ୍ଗକୁ ନେଇ ତର୍କ ଆରମ୍ଭ ହୋଇଥିଲା । ତେବେ ଶନିବାର ଟାଇସ୍ପ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଟିକା ଦେବା ବେଳେ ମାଂସପେଶୀ ଜାଗାରେ ଶିରାରେ ଟିକା ନେଲେ ରକ୍ତ ଜମାଟ ବାନ୍ଧୁଛି ବୋଲି କହୁଯାଇଛି । ଜର୍ମାନୀରେ ମ୍ୟୁନିଖ୍ ବିଶ୍ୱବିଦ୍ୟାଳୟରେ ହୋଥିବା ଏକ କ୍ଲିନିକାଲ୍ ପରୀକ୍ଷଣରେ ବୈଜ୍ଞାନିକମାନେ ମୂଷା ଉପରେ ଏବଂ ଇଟାଲୀର ଏକ ଲ୍ୟାବରେ ପରୀକ୍ଷା କରି ଗବେଷକ ମାନେ ଏହା କହିଛନ୍ତି । କରୋନା ଟିକା ନେବା ପରେ ଏପରି ରକ୍ତ ଜମାଟ ବାନ୍ଧୁଥିବାର ସମସ୍ୟା ଦେଖିବାକୁ ମିଳିଛି । ଏହାର କାରଣ ଟିକା ମାଂସପେଶୀ ବଦଳରେ ଶିରାରେ ଇଞ୍ଜେକ୍ସନ ଦିଆଯାଉଛି । ଯଦି ଟିକା ଶିରା ଭିତରକୁ ଯାଏ, ତେବେ ଏହାର ପ୍ରଭାବ କ’ଣ ହୋଇପାରେ? ଏହି ଅଧ୍ୟୟନ ମଣିଷ ଉପରେ କରାଯାଇପାରିବ ନାହିଁ, ତେଣୁ ମୂଷମାନଙ୍କ ଉପରେ କରାଯାଇଥିଲା । ଯେତେବେଳେ ମୂଷାମାନଙ୍କୁ ମାଂସପେଶୀ ଭିତରେ ଟିକା ଦିଆଗଲା, ସେଠାରେ କୌଣସି ଅସୁବିଧା ନଥିଲା । କିନ୍ତୁ ଯେତେବେଳେ ଟିକାକୁ ଶିରାରେ ଇଞ୍ଜେକ୍ଟ କରାଯାଇଥିଲା ତାହା ଶରୀରର ବିଭିନ୍ନ ସ୍ଥାନକୁ ବ୍ୟାପିବା ଫଳରେ ରକ୍ତ ଜମାଟ ବାନ୍ଧୁଥିବା ଦେଖିବାକୁ ମିଳିଥିଲା । କୋଭିଡ ନ୍ୟାସନାଲ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ରାଜୀବ ଜୟଦେବନ୍ କହିଛନ୍ତି ଯେ ଯଦି ଛୁଂଚିର ଅଗ୍ରଭାଗକୁ ମାଂସପେଶୀ ଦେଖିବାକୁ ମିଳିଥିଲା । କୋଭିଡ ନ୍ୟାସନାଲ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଜୟଦେବନ୍ କହିଛନ୍ତି ଯେ ଯଦି ଛୁଂଚିର ଅଗ୍ରଭାଗକୁ ମାଂସପେଶୀ ଭିତରେ ଇଞ୍ଜେକ୍ଟ କରାଯାଇ ଦିଆଯିବ ତାହେଲ କୌଣସି ଅସୁବିଧା ହେବନି । ହେଲେ ଛୁଂଚିର ଅଗ୍ରଭାଗ ଯଦି ମାଂସପେଶୀ ଭିତରକୁ ନଯାଇ ଟିକା ଦିଆଯିବ ତାହେଲେ ଶିରାରେ ପହଂଚିପାରେ । ଏଭଳି ହେବାର କାରଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ୍ ଠିକ୍ ଭାବରେ ଦିଆଯାଇନଥିବା ବୋଲି ଡାକ୍ତର ରାଜୀବ ଜୟଦେବନ କହିଛନ୍ତି ।

Leave A Reply

Your email address will not be published.

5 × one =