ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ

ରାଉରକେଲା: ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଂଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଆରଏସପି ସିଇଓ ଦୀପକ ଛଟରାଜ, ସମସ୍ତ ନିର୍ବାହୀ ନିର୍ଦେଶକ ଓ ଅଫିସର ସଂଘର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ୧୯୮୪ ମସିହାରେ ରାଉରକେଲା ଏନଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବି. ଟେକ ପାସ କରିଥିଲେ ସୋମା ମଣ୍ଡଳ । ସେଲରେ ଯୋଗାଦାନ କରିବା ପୂର୍ବରୁ ୨୦୧୪ ମାର୍ଚ୍ଚରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ୩ ବର୍ଷ ଧରି ନାଲକୋରେ ଡାଇରେକ୍ଟର (କମର୍ସିଆଲ) ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଗତ ଜାନୁଆରୀ ୧ ତାରିଖରେ ରାଷ୍ଟ୍ର।ୟତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ରାଉରକେଏଲା ଗସ୍ତ । ସମ୍ପ୍ରତି ଉତ୍ପାଦନ, ଉତ୍ପାଦକତା ଓ ଲାଭାର୍ଜନ କ୍ଷେତ୍ରରେ ରାଉରକେଲା ଇସ୍ଫାତ କାରଖାନାର ଦ୍ରୁତ ଅଭିବୃଦ୍ଧି ହୋଇ ଚାଲିଛି । ସେଲ ଅଧ୍ୟକ୍ଷାଙ୍କ ଏହି ଦୁଇ ଦିନିଆ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.

fourteen + six =