ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରାଯାଇଥିଲା । ପରେ ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ଥିବା ସ୍ୱର୍ଗତଃ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦେଶ କିଷାନ କଂଗ୍ରେସ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଭିଡିଓ ବାର୍ତିା ଜାରିକରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭାରତକୁ ଅନ୍ୟ ବିକଶିତ ରାଷ୍ଟ୍ର ସହ ସମକକ୍ଷ କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ଖାଲି ସ୍ୱପ୍ନ ନୁହେଁ ସେ ଦିଗରେ ଅନେକ କାର୍ଯ୍ୟ କରିଥିଲେ । ଦେଶର ଅର୍ଥନୀତି, ପଂଚାୟତିରାଜ ବ୍ୟବସ୍ଥା ଓ ସର୍ବୋପରି ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ । ବି ତାଙ୍କର ସମସ୍ତ ସ୍ୱପ୍ନ ସାକର ହୋଇପାରିନି । ତାଙ୍କ ପବିତ୍ର ଜନ୍ମଦିନରେ ଦେଶର ଯୁବବର୍ଗ ସେହି ମହାନ୍ ରାଷ୍ଟ୍ରନେତାଙ୍କ ସ୍ୱପ୍ନକୁ ସାକାର ଦିଗରେ ବ୍ରତୀ ହେବା ଉଚିତ୍ । କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସେହି ମହାନ୍ ରାଷ୍ଟ୍ରନେତାଙ୍କ ସ୍ୱପ୍ନକୁ ସାକର କରିବା ଦିଗରେ ବ୍ରତୀ ହେବା ଉଚିତ୍ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରମୁଖ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ହେମାନନ୍ଦ ବିଶ୍ୱାଳ, ରାମଚନ୍ଦ୍ର ଖୁଂଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ବିପିନ୍ ଦାସ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ ଆଦି ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.

9 − 7 =