ଭୁବନେଶ୍ୱର,୧୯.୬ (ନି.ପ୍ର.) :ବୟନିକାର ବୋର୍ଡ ଅଫ ଡ଼ାଇରେକ୍ଟରସ ସଦସ୍ୟ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ବୁଣାକାର ସଂଜୟ କୁମାର ମେହେରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ହସ୍ତତନ୍ତ କପଡ଼ାରେ ତିଆରି ମାସ୍କ ପ୍ରଦାନ କରିଛନ୍ତି । ସେ ଇତି ମଧ୍ୟରେ ପ୍ରାୟ ୧୦ ହଜାର ମାସ୍କ ମାଗଣାରେ ପ୍ରଦାନ କରିଛନ୍ତି । ଏହି ମହତ କାର୍ଯ୍ୟପାଇଁ ରାଜ୍ୟପାଳ ଶ୍ରୀ ମେହେରଙ୍କୁ ପ୍ରଶଂସା କରିଛନ୍ତ ।