ରାଜ୍ୟପାଳଙ୍କ କରକମଳରେ ସିଦ୍ଧି ପ୍ରସାଦ ସାହୁଙ୍କର ଦ୍ୱାରା ରଚିତ ପୁସ୍ତକ “ସଂଗ୍ରାମ ପଥେ’ ଉନ୍ମୋଚିତ

କଣିହାଁ : ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଙ୍କର ପୁସ୍ତକ ” ସଂଗ୍ରାମ ପଥେ” ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କର କର କମଳରେ ରାଜଭବନ ଠାରେ ଉନ୍ମୋଚିତ ହୋଇଯାଇଅଛି। ତାଳଚେର ପ୍ରଜାମଣ୍ଡଳର ଅମର ଗାଥା”ସଂଗ୍ରାମ ପଥେ” ପୁସ୍ତକଟିରେ ଲେଖକ ପ୍ରଜାମଣ୍ଡଳର ଦଶ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କର ସଂଗ୍ରାମୀ ଜୀବନକୁ, ଅମର ସହୀଦ ବିକା ନାଏକ,ମହେଶ୍ୱର ପ୍ରଧାନଙ୍କର ବଳିଦାନ, ହିଜରାତ କ୍ୟାମ୍ପ ଓ ସେ ସମୟର ରାଜନୈତିକ ଚିତ୍ରକୁ ଲେଖକ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ମହାମହିମ ରାଜ୍ୟପାଳ ତାଳଚେର ଗଡ଼ଜାତ ଆନ୍ଦୋଳନ ସମ୍ପର୍କିତ ପୁସ୍ତକ ” ସଂଗ୍ରାମ ପଥେ” ପୁସ୍ତକ କୁ ଉନ୍ମୋଚିତ କରିଥିବାରୁ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି, କଣିହାଁର ସଭାପତି ସୁଧାକର ପ୍ରଧାନ,ସମ୍ପାଦକ କାଳନ୍ଦୀ ଚରଣ ପ୍ରଧାନ, ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ କଣିହାଁର ସଭାପତି ନୃସିଂହ ଚରଣ ବରାଳ,ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ବିଚ୍ଛନ୍ଦ ଚରଣ ପ୍ରଧାନ ସ୍ମୃତି ସଂସଦର ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରାଧ୍ୟାପକ ବିଶ୍ୱରଂଜନ ପ୍ରଧାନ,ଇଂ ଧନେଶ୍ୱର ସାହୁ,କବି ନିର୍ଭୟ କୁମାର ପାଣି ପ୍ରଧାନ ଶିକ୍ଷକ ଦାଶରଥି ଜେନା ପ୍ରମୁଖ ଆନନ୍ଦ ବ୍ୟକ୍ତକରି ମହାମହିମ ରାଜ୍ୟପାଳଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nine − 8 =