ରାଜ୍ୟବ୍ୟାପୀ ବେରୋଜଗାର ଦିବସ ପାଳିତ

ଭୁବନେଶ୍ୱର: ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଦେଶବ୍ୟାପୀ ବେରୋଜଗାର ଦିବସ ପାଳନ ଅବସରରେ ସମସ୍ତଙ୍କୁ ନିଃଶୁଳ୍କ ବିଜ୍ଞାନ ସମ୍ମତ ସାର୍ବଜନୀନ ଶିକ୍ଷା, ସମସ୍ତ କର୍ମକ୍ଷମକୁ କର୍ମନିଯୁକ୍ତି ଗ୍ୟାରେଣ୍ଟି ପାଇଁ ଭଗତ୍ ସିଂ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ପ୍ରଣୟନ ଦାବି ସହ ଏହି ବେରୋଜଗାର ଦିବସ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଛାତ୍ର ବିକ୍ଷୋଭ ଭାବେ ଅନୁଷ୍ଠିତ ହୋଇଯାଇଛି । ଦେଶର ଶାସନ କ୍ଷମତାକୁ ଆୟତ କରିବା ପାଇଁ ମୋଦି ସରକାର ବର୍ଷକୁ ୨ କୋଟି ହାରରେ କର୍ମନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇଥିଲେ । ମାତ୍ର ତାଙ୍କର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । କରୋନା ଆଳରେ ସଂସଦକୁ ବିଶ୍ୱାସକୁ ନ ନେଇ ଦେଶବ୍ୟାପୀ ସଟ୍ଡାଉଟ୍ ଓ ଲକ୍ଡାଉନ୍ କରାଇ କାର୍ଯ୍ୟରେ ଥିବା ଅନୁନ୍ୟ ୧୫କୋଟି ପ୍ରବାସୀ ଶ୍ରମିକ – କର୍ମଚାରୀଙ୍କୁ ବେରୋଜଗାର କରିଛନ୍ତି । ଦେଶକୁ ସର୍ବଗ୍ରାସୀ ସଂକଟ ମଧ୍ୟକୁ ଠେଲିଦେଇ ସମସ୍ତ ମହାରତ୍ନ ଓ ନବରତ୍ନ ସଂସ୍ଥା ସମେତ ଦେଶର ସମସ୍ତ ସମ୍ବଳ ତାଙ୍କ ନିର୍ବାଚନ ପାଇଁ ଚାନ୍ଦା ଦେଇଥିବା ସଂସ୍ଥାଙ୍କ ପାଦତଳେ ସମର୍ପଣ କଲେ । ଜାତୀୟ ଶିକ୍ଷାନୀତି ୨୦୨୦ ସଂସଦରେ ବିନା ଆଲୋଚନାରେ ପ୍ରଣୟନ କରାଯାଇ ସାର୍ବଜନୀନ ଶିକ୍ଷାକୁ ଶେଷ କରି ଶିକ୍ଷାର ସମ୍ପୂର୍ଣ୍ଣ ଘରୋଇକରଣ କରାଯାଇ ବେପାରୀଙ୍କ ଲାଭର ପାହାଡ଼ ତୋଳି ଅବହେଳିତ ବର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରିବାର ହୀନ ଚକ୍ରାନ୍ତ କରାଯାଇଛି । ତାଙ୍କର ଏହି କଳଙ୍କମୟ ଶାସନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମତାରିଖ ସେପ୍ଟେମ୍ବର ୧୭କୁ “ବେରୋଜଗାର ଦିବସ” ଭାବେ ପାଳନ ପାଇଁ ଯୁବ-ଛାତ୍ର ସମାଜ ସଂକଳ୍ପ ନେଇ ଦେଶବ୍ୟାପୀ ପ୍ରଦର୍ଶନ କରୁଛନ୍ତି । ରୋଜଗାର ଦିଅ ନଚେତ୍ କ୍ଷମତା ଛାଡ – ଜୁମ୍ଲା ନୁହେଁ ଶିକ୍ଷା ଚାହୁଁ – ଭାଷଣ ନୁହେଁ ନିଯୁକ୍ତି ଚାହୁଁ । ଏହି କାର୍ଯ୍ୟକ୍ରମରେ ଏ.ଆଇ.ଏସ୍.ଏଫ୍. ରାଜ୍ୟସଭାନେତ୍ରୀ ସଂଘମିତ୍ରା ଜେନା, ମାନସ ରଞ୍ଜନ କର, ମାମୁନି ପରିଡ଼ା, କୁମାରୀ ଅଙ୍କିତା, ଓମ୍ ପ୍ରକାଶ ପରିଡ଼ା, ଅମିତ୍ ପରିଡ଼ା, ନୀଳକଣ୍ଠ ନାୟକ, ସୁଚିସ୍ମିତା ଜେନା, ସଂଗ୍ରାମ ବାରିକ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

eleven − 2 =