ରାଜ୍ୟରେ କମୁଛି ସଂକ୍ରମଣ ହାର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଭୂତାଣୁ ସଂକ୍ରମଣ ଏବେ ହ୍ରାସ ପାଉଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ । ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଅତିକ୍ରମ କରିଥିଲା ବେଳେ ଦୈନିକ ସଂକ୍ରମଣ ୧୦.୫୧ ପ୍ରତିଶତକୁ ହ୍ରାସ ପାଇଛି । ଗତ ୧୪ ଦିନ ମଧ୍ୟରେ ସଂକ୍ରମଣ ହାର ୧୧ପ୍ରତିଶତ କମିଛି । ପ୍ରକାଶ ଥାଉକି ଗତ ମେ’ ମାସ ୨୨ତାରିଖ ଦିନ ରାଜ୍ୟରେ ସଂକ୍ରମଣ ହାର ୨୧ ପ୍ରତିଶତ ଉପରେ ଥିଲା । ଆଜି ଦିନକରେ ୭୩୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୦୬,୦୯୪ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୨୪ ହଜାର ୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୭୮,୬୮୭ ଜଣ ଚିକିତ୍ସାଧୀନ ଅଛନ୍ତି ।
ଆଜି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ ସଂଗରୋଧ୍‌ରେ ଥିଲା ବେଳେ ୩୨୨୬ ଜଣ ହେଉଛନ୍ତିି ସ୍ଥାନୀୟ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୨୮୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗିରରୁ ୮୧, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୨୮୮, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୧୦, ନବରଙ୍ଗପୁରରୁ ୧୯୬, ନୟାଗଡ଼ରୁ ୨୪୩, ନୂଆପଡ଼ାରୁ ୨୨, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧ ଓ ସୁନ୍ଦରଗଡ଼ରୁ ୨୬୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲ୍‌ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ଅଛନ୍ତି । ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିଭଳି ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି ।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୧କୁ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମରେ ୨୮୮, ସୁନ୍ଦରଗଡ଼ରେ ୨୮୨ ଓ କଟକରେ ୧୮୦ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲାରେ ଏଯାବତ୍ ୧୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼ରେ ୫୧, ବଲାଙ୍ଗିରରେ ୬୬, ବୌଦ୍ଧରେ ୫୪, ଦେବଗଡ଼ରେ ୨୩, ଝାରସୁଗୁଡ଼ାରେ ୬୭, କଳାହାଣ୍ଡିରେ ୧୩୧, କନ୍ଧମାଳରେ ୪୨, ମୟୂରଭଞ୍ଜରେ ୯୮, ନୟାଗଡ଼ରେ ୫୨ ଓ ସମ୍ବଲପୁର ଜିଲ୍ଲାରେ ୯୩କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୭୩୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ଆଠ ହଜାର ତଳେ ରହିଛି ।

Leave A Reply

Your email address will not be published.

thirteen − four =