ରାଜ୍ୟରେ କରୋନା ଆକ୍ରାନ୍ତ ପିଛା ବ୍ୟୟ୧୬,୨୭୯ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମୁକାବିଲା ଲାଗି ଘରୋଇ ହସ୍ପିଟାଲ୍ ଗୁଡିକରେ ଚିକିତ୍ସା ବାବଦରେ ୪୭୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିଧାନସଭାରେ ସୂଚନା ଦେଇଛନ୍ତି ।
କଂଗ୍ରେସ ବିଧାୟକ ମହମ୍ମଦ ମୋକୀଙ୍କ ଏକ ଲିଖିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ଦାସ ଏହି ସୂଚନା ଦେବା ସହ କହିଛନ୍ତି ଯେ, ବର୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲଗୁଡିକୁ ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ୬୬୨ ଟଙ୍କାଦିଆଯାଇଛି । ପ୍ରତିରୋଗୀ ପିଛା ୧୬,୨୭୯.୩୨ ପଇସା ଖର୍ଚ୍ଚ ହୋଇଛି ।
କରୋନା ରୋଗୀଙ୍କ ପାଇଁ କିମ୍ସ ସର୍ବାଧିକ ଖର୍ଚ୍ଚ କରିଥିବା ଦର୍ଶାଇଛି । କିମ୍ସ୍ ୫୯ କୋଟି ୪୧ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ୩୮ କୋଟି ଟଙ୍କା ପାଇଛି । ଦ୍ୱିତୀୟରେ ରହିଛି ସମ୍ । ଏହି ହସ୍ପିଟାଲ୍ ୫୮କୋଟି ୫୯ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି । ସେଥିରୁ ପାଇଛି ୨୮ କୋଟି ଟଙ୍କା ସେହିପରି ହାଇଟେକ୍ ୩୩କୋଟି ୩୮ ଲକ୍ଷ ଦର୍ଶାଇଥିବତା ବେେଳେ ପାଇଛି ୧୯ କୋଟି ୧୦ ଲକ୍ଷ । କଟକ ଅଶ୍ୱିନୀ ହସ୍ପିଟାଲ ୩୨ କୋଟି ୩୫ ଲକ୍ଷ ଦର୍ଶାଇଥିବା ବେଳେ ୨୭ କୋଟି ୬୬ ଲକ୍ଷ ଟଙ୍କା ପାଇଛି । ସନ୍ ହସ୍ପିଟାଲ୍ ୭ କୋଟି ୩୦ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ପାଇଛି ୭କୋଟି ୧୯ ଲକ୍ଷ । କଟକ ସଦଗୁରୁ ହସ୍ପିଟାଲ୍ ଖର୍ଚ୍ଚ ବାବଦକୁ ଦର୍ଶାଇଛି ୭ କୋଟି ୫୪ ଲକ୍ଷ । ପାଇଛି ସବୁ ଟଙ୍କା । ସେହିପରି କଟକ ମହାନଗମ ନିଗମ (ସିଏମ୍ସି) ଅଞ୍ଚଳରେ ଅଦ୍ୟାବଧି କୋଭିଡ୍ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ଲୋକ ପିଛା ୧୬ ହଜାର ୨୭୯ ଟଙ୍କା ୩୨ ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କ ପ୍ରଶ୍ନର ଉତରରେ ସେ ଏକଥା କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲ୍ ଗୁଡିକୁ ୨୪ କୋଟି ୮୬ ଲକ୍ଷ ୧୬ହଜାର ୧୧୪ ଟଙ୍କା ଦିଆଯାଇଛି । କେବଳ କଟକ ମହାନଗର ନିଗମକୁ ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା ଦିଆଯାଇଛି । ୨୦୨୧ ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ରାଜ୍ୟରେ ୮୦, ୨୩, ୯୭୮ ଜଣଙ୍କର କରୋନା ଟେଷ୍ଟ ହୋଇଛି । ସେଥିରୁ ୧୬,୯୭,୨୩୪ ଜଣଙ୍କର ଆର୍ଟିପିସିଆର୍ ଓ ୬୨,୯୯,୭୧୬ ଜଣଙ୍କର ଆଂଟିଜେନ୍ ଟେଷ୍ଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

14 − ten =