ରାଜ୍ୟରେ ଖୋଲିବ ୧୫୬୭ ନୂଆ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ କହିଛନ୍ତି । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତରରେ କହିଛନ୍ତି େଯେ, ରାଜ୍ୟରେ ୬୨ ହଜାର ୧୭୧ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏହାଛଡା ୧୦୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଛି । ୭୮୪୪ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ କେନ୍ଦ୍ର ସରକାର ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି ଆମ ପ୍ରସ୍ତବା ଫେରାଇ ଦେଇଛନ୍ତି ।
ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତମାନ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବା ପାଇର୍ ଜିଲ୍ଲାମାନଭ୍କୁ ମଞ୍ଜୁରୀ ଦିଆଯାଇଛି । ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇର୍ ବର୍ତମାନ ୭ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଛି । ମନରେଗାରେ ୫ଲକ୍ଷ ଟଙ୍କା ଆଉ ୨ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ସହରାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି, ସେଠି କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପୃଷ୍ଟି ସାଧନ ପାଇଁ ଅଙ୍ଗନବାଡିରେ ୫ଦିନ ଅଣ୍ଡା ଯୋଗାଇ ଦିଆଯାଉଛି ବୋଲି ବି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

18 − 1 =