ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୫୬୦ ଜଣ ଥିବା ବେଳେ ଓ ଖୋର୍ଦ୍ଧାରୁ ୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ଓ ଗଜପତି ଜିଲ୍ଲାରୁ ୯୦ ଜଣ ଲେଖାଁଏ, ରାୟଗଡାରୁ ୬୫, କଟକ ଓ ସୁନ୍ଦରଗଡରୁ ୪୭ ଲେଖାଁଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଠିକ୍ ସେହିପରି କନ୍ଧମାଳରୁ ୩୯, ନୟାଗଡରୁ ୩୮, କୋରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଧୁଝରରୁ ୨୪, ବାଲେଶ୍ୱର ଓ ଯାଜପୁରରୁ ୨୩ ଲେଖାଁଏ , ବରଗଡରୁ ୧୪, ବଲାଙ୍ଗୀରରୁ ୯, ଅନୁଗୁଳରୁ ୬ଜଣ, ଜଗତସିଂହପୁରରୁ ୩, ଝାରସୁଗୁଡାରୁ ୨, ଦେବଗଡ, ସୁବର୍ଣ୍ଣପୁର, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ଜଣେ ଲେଖାଁଏ ଏବଂ ନୂଆପଡାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ରାଜଧାନୀ ଭୁବନେଶ୍ୱରରେ ଆଜି ୧୧୧ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରୁ ୬୨ଜଣ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୫,୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୦ ରହିଛି ।