ଭୁବନେଶ୍ୱର: ରାଜ୍ୟରେ ଦିନକୁ ହତ୍ୟାର ଶିକାର ହେଉଛନ୍ତି ୩ରୁ ୪ ଜଣ । ପ୍ରତିଦିନ କେଉଁଠି ନା କେଉଁଠି ମୁଣ୍ଡ ଗଡୁଛି । ପୂର୍ବ ଶତ୍ରୁତା ହେଉ କି ବ୍ୟାବସାୟିକ ଶତ୍ରୁତା, ଲୋଭ କିମ୍ବା ଯୌତୁକଜନିତ ହତ୍ୟା, ଏମିତି ପ୍ରତ୍ୟେକ ଦିନ ହତ୍ୟାର ଶିକାର ହେଉଛନ୍ତି ଲୋକ । କେତେକ ଘଟଣାରେ ପରିବାର ମୁରବିଶୂନ୍ୟ ହୋଇପଡ଼ୁଛି । ରୋଜଗାରିଆ ବ୍ୟକ୍ତିଙ୍କୁ ହରାଉଛନ୍ତି ପରିବାର ଲୋକ । ୨୦୧୯ରେ ରାଜ୍ୟରେ ୧୩୮୬ ହତ୍ୟାକାଣ୍ଡ ଘଟିଛି । ୨୦୧୯ରେ ଓଡ଼ିଶା ହତ୍ୟାକାଣ୍ଡରେ ଦେଶରେ ନବମ ସ୍ଥାନରେ ରହିଛି । ଉତରପ୍ରଦେଶରେ ସର୍ବାଧିକ ୩୮୦୬ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ପଛକୁ ବିହାରରେ ୩୧୩୮ଟି ହତ୍ୟା ମାମଲା ରୁଜୁ ହୋଇଛି । ତୃତୀୟରେ ମହାରାଷ୍ଟ୍ର ରହିଥିବା ବେଳେ ସେଠାରେ ୨୧୪୨ଟି ହତ୍ୟାକାଣ୍ଡ ଘଟିଛି । ନିକଟରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ ରେକର୍ଡ ବୁ୍ୟରୋ (ଏନ୍ସିଆରବି) ରିପୋର୍ଟରୁ ଏହା ଜଣାପଡ଼ିଛି ।