ରାଜ୍ୟରେ ବଢିବ ଶୀତ


ଭୁବନେଶ୍ୱର: ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
ଉତର ଏବଂ ଉତର ପଶ୍ଚିମ ପଟୁ ଥଣ୍ଡା ଏବଂ ସୁଷ୍କ ବାୟୁ ଓଡିଶାକୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ମୁଖ୍ୟତଃ ଉତା ଆଭ୍ୟାନ୍ତରୀଣ ଜିଲ୍ଲାଗୁଡିକରେ ଶୀତର ପ୍ରଭାବ ଅଧିକ ରହିବ । ପରବର୍ତୀ ସମୟରେ ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ଥଣ୍ଡା ଅନୁଭୁତ ହେବ । ପାଖାପାଖି ୧୦ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ରହିଛି । ସେହିପରି ରାତିରେ ପରାଦ ୪ରୁ ୬ ଡିଗ୍ରୀ ଯାଏଁ ଖସିବା ସମ୍ଭାବନା ରହିଛି । ଗତକାଲି ମଧ୍ୟ ଉତର ଆଭ୍ୟନ୍ତରୀଣର କେତେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଆଜି ଝାରସୁଗୁଡାରେସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ମଧ୍ୟ ପାଖାପାଖି ୪ଡିଗ୍ରୀ ତାପମାତ୍ରା କମିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଂଟା ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା କମିବା ନେଇ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

Leave A Reply

Your email address will not be published.

three × one =