ଭୁବନେଶ୍ୱର- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିିଭନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ ଆଉ କେଉଁଠି ରାସ୍ତା ଉପରେ । ଆଉ କେଉଁଠି ପୋଲ ଧସୋଇ ନେଇଛି । ଯାଫଳରେ ଯୋଗାଯୋଗ ବିଛନ୍ନ ହୋଇଛି । ଅନେକ ଅଂଚଳ ଜଳବନ୍ଦୀ ରହିଛି । ବୈିତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗରେ ବନ୍ୟା ସ୍ଥିତି ଲାଗି ରହିଛି । ବୈତରଣୀ ନଦୀ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ବନ୍ୟା ଜଳରେ ଯାଜପୁରରେ ୩ଟି ଘାଇ ସୃଷ୍ଟି ହୋଇଛି । ଏହାକୁ ନେଇ ମାଟିଆଗଡା, ଅରୁଆଳ ଓ ରୁଦ୍ରପୁର ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ସେହିପରି ଯାଜପୁରର ୮ ଟି ବ୍ଳକ ବନ୍ୟାରେ ପ୍ରଭାବିତ ହୋଇଛି । ଜଳକା ନଦର ବିପଦ ସଂକେତ ଥିଲେ ବି ଜଳସ୍ତର ହ୍ରାସ ହେଉଛି । ଏବେନି ଭଦ୍ରକ ଜିଳ୍ଲା ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଳକର ଅନେକ ଅଂଚଳ ଜଳବନ୍ଦୀ ରହିଛି । ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ରହଣିଆ ପଂଚାୟତର ସୁବ ଗାଁ ପାଣିଘେରରେ ରହିଥିବାରୁ ୩ ଦିନ ଧରି ଲୋକେ ବାହାରକୁ ବାହାରି ପାରୁ ନାହାଁନ୍ତି ।