ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ତଳେ ହାଡଭଙ୍ଗା ଜାଡରେ ଜନସାଧାରଣ ଥରୁଥିବା ବେଳେ ଗତକାଲିଠାରୁ ଶୀତ ଉଭାନ ହୋଇଯାଇଛି । ରାଜ୍ୟରେ ଅଧିକାଂଶ ସ୍ତାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଆସନ୍ତା ୫ରୁ ୬ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ । ରାତିରେ ଫ୍ୟାନ ନଗାଗିଲେ ନିଦ ବି ଲାଗୁନାହିଁ । ତେବେ ୬ ଦିନ ପରେ ପୁଣି ପାରଦ ତଳମୁହାଁ ହେବ ଓ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
କେନ୍ଦ୍ରର ସୂଚନା ମୁତାବକ, ସାଧାରଣତଃ ଏହି ସମୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ତାପମାତ୍ରାରେ ପାଖାପାଖି ୮ ଡିଗ୍ରିର ଅନ୍ତର ଦେଖିବାକୁ ମିଳିଛି । ଅର୍ଥାତ୍ ଶୀତ ଦିନକୁ ବିଚାରକୁ ନେଲେ ଏବେ ତାପମାତ୍ରା ପା୍ରୟ ୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ତେବେ ୬ ଦିନ ପରେ ଏହି ପବନ ବନ୍ଦ ହେବା ସହ ପୁଣି ଶୀତ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି ।
ଗତ ୨୪ ଘଂଟାରେ ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ଡିଗ୍ରି ମଧ୍ୟରେ ରହିଥିବା ବେଳେ ଉପକୂଳରେ ୧୮ରୁ ୨୦ ଡିଗ୍ରି ମଧ୍ୟରେ ରହିଛି । ରାଜ୍ୟରେ ସର୍ବନିମ୍ନ ସୁନ୍ଦରଗଡଠାରେ ୧୫ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୯.୩ ଡିଗ୍ରି ରହିଥିଲା । ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି ।