ସାଧାରଣରେ ୬୫.୧୨ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫.୫୩ %
ଭୁବନେଶ୍ୱର: ଓଡ଼ିଶାର ୩ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ରିପୋର୍ଟରେ ଗୋଷ୍ଠୀ ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡି ୮୫.୫ ପ୍ରତିଶତ ରହିଛି ।
ଗତ ଜିନୁମାସ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ତିନୋଟି ଜିଲ୍ଲା ତଥା ଗଞ୍ଜାମ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ରକ୍ତ ନମୁନା ସଂକ୍ରହ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ୭୦.୯ , ରାୟଗଡା ଜିଲ୍ଲାରେ ୬୩ ଏବଂ କୋରାପୁଟ ଜିଲ୍ଲାରେ ୬୩ ପ୍ରତିଶତ ସେରୋ ପଜିଟିଭିଟି ବା ଆଣ୍ଟିବଡି ଚିହ୍ନଟ ହୋଇଛି ।
ଏଥିରୁ ସର୍ବସାଧାରଣରୁ ୧ ହଜାର ୨୩୦ ନମୁନା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୩୧୧ ନମୁନା ସଂଗ୍ରହ ହୋଇଥିଲା ଏହି ସୂଚନା ଆଗାମୀ ଦିନରେ ରାଜ୍ୟରେ କରୋନା ତୃତୀୟ ଲହରକୁ ପ୍ରତିହତ କରିପାରିବ ବୋଲି ବିଶେଷଜ୍ଞମାନେ ଆଶା ପୋଷଣ କରିଛନ୍ତି ।