ରାଜ୍ୟର କୃଷିଜାତ ଦ୍ରବ୍ୟକୁ ବିଶ୍ୱରେ ପରିଚିତ କର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୭.୬(ନି.ପ୍ର.): ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ଆଣିଥିବାରୁ ଏ କ୍ଷେତ୍ରରେ ଓଡ଼ିଶାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତମାନର ଘଡ଼ିସନ୍ଧି ମୁହୂର୍ତରେ ବିଦେଶରେ ରହୁଥିବା ଓଡ଼ିଆମାନେ ନିଜ ବୌଦ୍ଧିକ କ୍ଷମତାର ଉପଯୋଗ କରି ଓଡ଼ିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବାର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶନିବାର ୟୁରୋପ ମହାଦେଶର ୧୦ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ବେଳେ ସେମାନଙ୍କୁ ଏପରି ଆହ୍ୱାନ ଦେବା ସହ ନୂଆ ନୂଆ କଳ୍ପନା, ଟେକ୍ନୋଲୋଜି ମାଧ୍ୟମରେ କୃଷି ସମେତ ବ୍ୟବସାୟ ତଥା ଉଦ୍ୟୋଗକୁ ମଧ୍ୟ ସମୃଦ୍ଧ କରିବାକୁ କହିଛନ୍ତି । ଏକବିଂଶ ଶତାଦ୍ଧୀରେ ଭାରତ ତଥା ଓଡ଼ିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳୀ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଭାରତରେ କରୋନା ପ୍ରକୋପ ନିୟନ୍ତ୍ରଣାଧୀନ ଅଛି । ଆରୋଗ୍ୟ ହାର ବୃଦ୍ଧି ପାଉଛି । ବର୍ତମାନ ଭାରତରେ ଅନ୍ଲକ୍ ହେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଲୋଚନା ସମୟରେ ଏସବୁ ଦେଶର ଓଡ଼ିଆ ଲୋକମାନେ କହିଥିଲେ ଯେ ଭାରତୀୟ ରାଷ୍ଟ୍ରଦୂତମାନେ ବାହାରେ ରହୁଥିବା ଓଡ଼ିଆ ସମାଜକୁ ଭଲ ସାହାର୍ଯ୍ୟ କରୁଛନ୍ତି । ଏଥିସହ ଭାରତ ସରକାରଙ୍କର ବନେ୍ଦ ଭାରତ ମିଶନ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ନେବାରେ ବେଶ୍ ସହାୟକ ହେଉଥିବାରୁ ଏହିସବୁ ଓଡ଼ିଆ ଲୋକମାନେ ପ୍ରଶଂସା କରିଛନ୍ତି । ଆଲୋଚନାରେ ଫ୍ରନ୍ସର ସଂଗ୍ରାମ ମହାପାତ୍ର, ମୋନାଲିସା ପଣ୍ଡା, ବିଜୟ ବାରିକ, ଆଶୁତୋଷ ଦାସ,ବ୍ରିଟେନ୍ରୁ ସୁକାନ୍ତ ସାହୁ, ସୁଷମା ପତି, ବିବେକ ଭଟ୍ଟମିଶ୍ର, ଡା. ଦେବକାନ୍ତ ବେହେରା, ସୁମନ୍ତ ମାନସିଂହ, ସ୍ପେନରୁ ଦେବାଶିଷ ପଟ୍ଟନାୟକ ଓ ସ୍ୱାତି ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।

Leave A Reply

Your email address will not be published.

four × two =