ରାଜ୍ୟର ୫ଟି ଜିଲ୍ଲାରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲର ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ରାଜ୍ୟର ୫ଟି ଜିଲ୍ଲା ତଥା ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି । କୋରାପୁଟରେ ପେଟ୍ରୋଲ ଟ.୧୦୨.୨୯ ଓ ଡିଜେଲ ଟ. ୧୦୦.୦୫ରେ ବିକ୍ରି ହେଉଛି । କଳାହାଣ୍ଡିରେ ପେଟ୍ରୋଲ ଟ.୧୦୦.୬୭ରେ ଓ ଗଜପତିରେ ପେଟ୍ରୋଲ ଟ. ୧୦୦.୩୦ ରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଟ.୧୦୩.୦୫ ଓ ଡିଜେଲ ୧୦୦.୭୮ରେ ବିକ୍ରି ହେଉଛି । ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୪୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଟ.୯୯.୨୩ରେ ବିକ୍ରି ହେଉଛି ।ଆଜି ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୩.୩୬ ଓ ଡିଜେଲ ଲିଟର ପିଛା ୯୫.୪୪ରେ ବିକ୍ରି ହେଉଛି ।ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୯୮ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୮୭ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସମ୍ବଲପୁରରେ ପେଟ୍ରୋଲ ଟ.୯୮.୫୯ ଓ ଡିଜେଲ ଟ.୯୬.୪୭ରେ ବିକ୍ରି ହେଉଛି । ସେହିପରି ବାଲେଶ୍ୱରରେ ପେଟ୍ରୋଲ ଟ. ୯୭.୯୮ ଓ ଡିଜେଲ ଟ.୯୫.୮୮ରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତ ଭାବେ ଡିଜେଲ୍ର ଦୈନଦିନ ଦର ବଢୁଥିବାରୁ ବସ୍ଭଡା ମଧ୍ୟ ସେହି ଅନୁପାତରେ ବଢିଚାଲିଛି ।

Leave A Reply

Your email address will not be published.

four × three =