ବାଲେଶ୍ୱର: ରବିବାର ଦିନ ସନ୍ଧ୍ୟାରେ ସାହିତି୍ୟକ କବି ବନ୍ଧୁପରିବାର ଆନୁକୁଲ୍ୟରେ ଏକ ସାନ୍ଧ୍ୟ ଆଲାଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ସାରସ୍ୱତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଭାଷଣ ପରେ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରରତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜିର ମୁଖ୍ୟ ଅତିଥି ସୁସାହିତି୍ୟକ ତଥା ନୟାଗଡ ଜିଲ୍ଲାର ପ୍ରବୀଣ ପାଲା ଗାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡାଙ୍କ ଯୋଗଦାନ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ସୁସାହିତି୍ୟକ ଶ୍ରୀଯୁକ୍ତ ଜଗନ୍ନାଥ ବାରିକଙ୍କ ସାନିଧ୍ୟ ସଭାଟିକୁ ଏକ ଉଚ୍ଚତମ ସୋପାନକୁ ନେଇଯାଇଥିଲା । ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭାଟିକୁ ପରିଚାଳନା କରିଥିଲେ ତଥା ସଂଯେଜନାରେ ଥିଲେ ସଞ୍ଜୟ କୁମାର ସାହୁ । ଶ୍ରୀଯୁକ୍ତ ପଣ୍ଡା ତଥା ଶ୍ରୀଯୁକ୍ତ ବାରିକ ଆଧୁନିକ କାବ୍ୟ ଯୁଗର ସ୍ରଷ୍ଠା ରାୟ ବାହାଦୁର କବିବର ରାଧାନାଥ ରାୟଙ୍କ ସଡିଆ ସାହିତ୍ୟକୁ ଅବଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ଅନନ୍ୟ ସୃଷ୍ଟିରାଜିରେ ସଂସ୍କଅତ ତଥା ଇଂରାଜୀ ଭାଷାର ପ୍ରଭାବ ଉପରେ ବିଶ୍ଳେଷାତ୍ମକ ଆଲୋଚନା କରିଥିଲେ । ଉକ୍ତ ଅସରରେ ଯାଯପୁରରୁ ଅମରନାଥ ବାରିକ, ଭଦ୍ରକରୁ ଶୁଭ୍ରାଂଶୁ ମାହୁନ୍ତ, କଟକରୁ ସଞ୍ଜୟ ସାହୁ, ଢେଙକକାନାଳରୁ ଅଶୋକ ପ୍ରଧାନ, ତପନ ପିଶ୍ୱାଳ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ଅନୁଗୁଳରୁ ନନ୍ଦିନୀ ରାଉତ, ବାଲେଶ୍ୱରରୁ ପ୍ରଣତି ମହାପାତ୍ର, ସ୍ନିଗ୍ଧା ସ୬ାମନ୍ତରାୟ, ଜୁମରନାଥ ପାତ୍ର, ବିପୀନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ମୟୁରଭଞ୍ଜରୁ ଧିରେନ ବାଗ, ନବରଙ୍ଗପୁରରୁ ସାଗର ପରିଡା, ନଗେନ୍ଦ୍ର ରାଉତ, ରେଣୁକା ସାମଲ, ଅନାମ ସାହୁୁ, କଟକରୁ ମନୋରମା ମହାପାତ୍ର, କଳାହାଣ୍ଡିରୁ କାହ୍ନୁଚରଣ ସାହୁ, ଯାଯପୁର ଜିଲ୍ଲାରୁ ବିନୋଦିନୀ ଦାଶ, ବିନୟ କୁମାର ମହାପ୍ରତ୍ର, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର, ରଞ୍ଜନ କୁମାର ପଣ୍ଡା, ତପସ୍ୱିନି ପରିଡା, ଶ୍ରୀନିଧି ଚୌଧୁରୀ ପ୍ରମୁଖ କବି କବୟତ୍ରୀ ସେମାନଙ୍କ ନିଜସ୍ୱ କବିତା ପରିବେଷଣ କରିଥିଲେ । ଅତିଥିମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସନ୍ତୋଷ ପ୍ରକାଶ କରିବା ସହ ସାହିତି୍ୟିକ କବି ବନ୍ଧୂୁ ପରିବାରର ଉତରୋତର ଉନ୍ନତି କାମନାର୍ଥେ ଶୁଭବାର୍ତା ପ୍ରଦାନ କରିଥିଲେ । ଶେଷରେ ବାଲେଶଶ୍ୱରରୁ ବିଶ୍ୱେଶର ମାଝିଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ତଥା ମୁଖ୍ୟ ଅତିଥିଙ୍କ ଉଦାତ କଂଠରେ ଶାନ୍ତି ପାଠ ପରେ ଆଲୋଚନା ପରେ ଆଲୋଚନା ଚକ୍ରର ପରିସମାପ୍ତି ଘୋଷଣା କରିଥିଲେ ।