ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ୨ମାସର ଅତିରିକ୍ତ ଚାଉଳ

ଭୁବନେଶ୍ୱର: କୋଭିଡ଼ ର ଦ୍ୱିତୀୟ ଲହର ଜନିତ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଇ ମାସରୁ ଅତିରିକ୍ତ ପାଂଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଂଚ କେଜି ଲେଖାଏଁ ଚାଉଳ ପାଇବେ । ଏହା ଦ୍ୱାରା ବାର ଲକ୍ଷ ହିତାଧିକାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।

Leave A Reply

Your email address will not be published.

17 − 1 =