ରାଜ୍ୟ ସ୍କାଉଟ ଗାଇଡର ମୁଖ୍ୟ ଆୟୁକ୍ତ ସମ୍ମାନୀତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କୁ ଏସିଆ ପ୍ୟାସିଫିକ୍ ଅଞ୍ଚଳରେ ସ୍କାଉଟ ଗାଇଡ ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ତାଙ୍କୁ “ଏସିଆ ପ୍ୟାସିଫିକ୍ ଆଚିଭର ଆୱାର୍ଡ” ସମ୍ମାନରେ ସମ୍ମାନୀତ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୂର୍ବରୁ ଡଃ ମିଶ୍ର ଜାତୀୟସ୍ତରରେ ସ୍କାଉଟ ଓ ଗାଇଡ୍ର ସର୍ବୋଚ୍ଚ ପୁରସ୍କାର “ରଜତ ହସ୍ତୀ” ୧୯୯୦ ମସିହାରେ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କଟରମଣଙ୍କ ଠାରୁ ଏବଂ ଅଧିସଦସ୍ୟ ସ୍ୱର୍ଣ୍ଣପଦକ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲଙ୍କଠାରୁ ୨୦୧୦ ମସିହାରେ ଲାଭ କରିଛନ୍ତି । ସର୍ବୋଚ୍ଚ ରାଷ୍ଟ୍ରପତି ପଦକ ରାଜ କୁମାରୀ ଅମ୍ରିତ କୌର ଗୋଲ୍ଡ ମେଡାଲ ୨୦୧୧ ମସିହାରେ ପାଇଥିଲେ । ସେହିପରି ଉଲ୍ଲେଖନୀୟ ବିକାଶୋନ୍ମୁଖୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ତରଫରୁ ଭାରତର ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଆସାମର ରାଜ୍ୟପାଳ ଶ୍ରୀଯୁକ୍ତ ଏଲ୍. ମିଶ୍ରଙ୍କଠାରୁ ୧୯୯୩ ମସିହାରେ ପାଇଥିଲେ । ଏହି ସମ୍ମାନରେ ସମ୍ମାନୀତ ହେବାପରେ ବିଭିନ୍ନ ମହଲରୁ ଡଃ ମିଶ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

17 − 7 =