ରାତି ଅଧରେ ବାଲି ଚୋରା ଚାଲାଣ

ନିମାପଡା: ନିମାପଡା ବ୍ଲକ ଅଂଚଳରେ ବ୍ୟାପକ ମାତ୍ରାରେ ବାଲିମାଟି ଚୋରାଚାଲାଣ ହେଉଛି । ଏଥିପ୍ରତି ତହସିଲଦାର କିମ୍ବା କୌଣସି ରାଜସ୍ୱ ନିରୀକ୍ଷକ ଦୃଷ୍ଟି ନଦେବାରୁ ସରକାରଙ୍କର କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଣ୍ଠନ ହେଉଛି । କେଉଁ କାରଣରୁ ରାଜସ୍ୱ ବିଭାଗ ଏହି ଘଟଣା ଉପରେ ରୋକ ଲଗାଉନାହିଁ ତାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛିା ପୁରୀ ଜିଲ୍ଲା ନିମାପଡା ତହସିଲ ବଳଙ୍ଗା ବଜାର ନିକଟରେ ଥିବା ଭାର୍ଗବୀ ନଦୀରୁ ଦିନରାତି ବାଲି ମାଟି ଚୋରା ଚାଲାଣ ହେଉଛି । ରାତ୍ରସାରା ମଧ୍ୟ ଜେସିବି ମେସିନ୍ ସାହାଯ୍ୟରେ ମାଟି ତଡା ଯାଇ ବିକ୍ରି କରାଯାଉଛି । ଏପରି ଘଟଣା ଚାଲିଥିବା ବେଳେ ନିମାପଡା ତହସିଲଦାର ଓ ବଳଙ୍ଗା ରାଜସ୍ୱ ନିରୀକ୍ଷକ କୌଣସି ପଦକ୍ଷେପ ନନେବା ପଛରେ କି ରହସ୍ୟ ରହିଛି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଘଟଣାକୁ ନେଇ କେତେକ ନାଗରିକ ପ୍ରଶାସନକୁ ପ୍ରଶ୍ନ କରିଛନ୍ତିା ରାଜସ୍ୱ ନିରୀକ୍ଷକ ବାଲି ଚୋରାଚାଲାଣକାରୀଙ୍କ କରଗତ ହୋଇଥିବାରୁ ବ୍ୟାପକ ପରିମାଣରେ ରାଜସ୍ୱ ଲୁଣ୍ଠନ କରାଯାଉଛି । ନିମାପଡା ପାଟପୁର ରାଜସ୍ୱ ସର୍କଲ ମୁରାରୀପୁର ନିକଟରୁ ପ୍ରତ୍ରେକ ଦିନ ବାଲି ଚୋରାଚାଲାଣ ହେଉଥିବା ବେଳେ ଚୋରା ଚାଲାଣକାରୀଙ୍କ ରାଜସ୍ୱ ବିଭାଗର ଜଣେ କର୍ମଚାରୀଙ୍କ ସହିତ ଉତ୍ତମ ସଂପର୍କ ରହିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଦିଘାଳୋ ଧୀରପୁର ଘାଟ, ଡେଣୁଅଁ, ଆଳିପିଙ୍ଗଳ ଖୁଣ୍ଟିଆ ସାହିହାଟ ମାନଙ୍କରୁ ପ୍ରତ୍ୟେକ ଦିନ ବାଲି ଚୋରାଚାଲାଣ କରାଯାଉଛି । କେତେକ ଠିକାଦାର ଅନ୍ୟ ଜିଲ୍ଲାରେ ଓ ନିଜ ଜିଲ୍ଲାରେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ବାଲି ମାଫିଆମାନେ ନଦୀର ସରକାରୀ ପ୍ଲଟରୁ ବାଲିମାଟି ଖୋଳି ଯୋଗାଉଥିବା ଜଣାପଡିଛି ।

Leave A Reply

Your email address will not be published.

five × 4 =