ରାତ୍ରୀକାଳୀନ ଡ୍ୟୁଟି ଭତା ହ୍ରାସ ବିରୁଦ୍ଧରେ କ୍ୟାଣ୍ଡଲ ଜଳାଇ ପ୍ରତିବାଦ

ରାୟଗଡ: ରାୟଗଡ ରେଳ ଡିଭିଜନ ଅଧିନସ୍ଥ କେଆର ଲାଇନର ରେଳ ଷ୍ଟେସନ ମାଷ୍ଟରମାନେ କ୍ୟାଣ୍ଡଲ ଜଳାଇ ଗୁରୁବାର ଦିନ ରାୟଗଡ ରେଳ ଷ୍ଟେସନ ପରିସରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ରେଳ ବିଭାଗ ପକ୍ଷରୁ ୪୩,୬୦୦ଟଙ୍କାରୁ ଉର୍ଦ୍ଧ ବେସିକ୍ ପେ’ ପାଉଥିବା କର୍ମଚାରୀଙ୍କୁ ରାତ୍ରୀକାଳନୀ ଡ୍ୟୁଟି ଭତାକୁ ହ୍ରାସ କରି ଦିଆଯାଇଛି । ପୂର୍ବରୁ କର୍ମଚାରୀମାନେ ରାତ୍ରୀକାଳନୀ ଡ୍ୟୁଟି ଭତା ବାବଦକୁ ୩୦୦ଟଙ୍କା ପାଉଥିବା ବେଳେ ବର୍ତମାନ ଏହାକୁ ୨୨୫ ଟଙ୍କାକୁ କମାଇ ଦିଆଯାଇ ପ୍ରଦାନ କରିବା ନେଇ ରେଳ ବିଭାଗ ନିଷ୍ପତି ନେବା ସହ ବୋନସ ବନ୍ଦ କରାଯାଇଥିବା ଜଣାପଡିଛି । ସେହିପରି ଗତ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିବା ରାତ୍ରିକାଳନୀ ଡ୍ୟୁଟି ଭତାରୁ ମଧ୍ୟ ୨୨୫ ଟଙ୍କା ହିସାବରେ ଦିଆଯାଇ ବାକିତକ ଟଙ୍କା ଫେରସ୍ତ କରି ନେବାକୁ ରେଳ ବିଭାଗ ନିର୍ଦେଶ କରିଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ଅସୁଲ ନ କରିବା ପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ଅସୁଲ କରୁଛନ୍ତି ବୋଲି ଷ୍ଟେସନ ମାଷ୍ଟରମାନେ ପ୍ରକାଶ କରିଛନ୍ତି । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ସର୍ବଭାରତୀୟ ସ୍ତରରେ କରାଯାଉଥିବା ବେଳେ ରାୟଗଡ ରେଳ ଷ୍ଟେସନ ପ୍ରତିବାଦ କାର୍ଯ୍ୟକ୍ରମରେ ଷ୍ଟେସନ ମାଷ୍ଟର ସନ୍ତୋଷ କୁମାର ବେହେରା,ଏସ.ପି.ବେହେରା,ଏନ.କେ.ନିରୋଳା, ଏନ.କେ.ପାଠକ, ମୁକେଶ ଗୁପ୍ତା, ରାକେଶ କୁମାର, ଭି.ଏନ.ପାଠକ ଓ କେ.ସି.ରଣା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

eighteen − 10 =