ରାପିଡ୍ ଆଂଟିଜେନ୍ କିଟରେ ଅଧିକ ଫଲ୍ସ ନେଗେଟିଭ୍ : ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ କୋଭିଡ଼ ନମୁନା ପରୀକ୍ଷା ହେଉଛି । ହେଲେ ଏଥିରେ ରାପିଡ଼ ଆଂଟିଜେନ୍ ଜିଟ୍ରେ ପରୀକ୍ଷା ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ରହୁଛି । ଆରଟି-ପିସିଆର ଅପେକ୍ଷା ଏତେ ସଂଖ୍ୟାରେ ରାପିଡ଼ ଆଂଣିଜେନ୍ କିଟ୍ରେ ପରୀକ୍ଷାକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି । ରାପିଡ଼ ଆଂଟିଜେନ୍ କିଟ୍ର ପଜିଟିଭ୍ ରେଟ୍ ୫୦-୭୦ ପ୍ରତିଶତ ରହିଛି । ଏଭଳି ପରିସ୍ଥିତିରେ ଅଧିକ ସଂଖ୍ୟାରେ ରାପିଡ୍ କିଟ୍ରେ ପରୀକ୍ଷା ଅଧିକ ଫଲ୍ସ ନେଗେଟିଭ୍ ଦେଖାଇପାରେ ବୋଲି କହିଛନ୍ତି ବନାରସ ହିନ୍ଦୁ ବିାଶ୍ୱବିଦ୍ୟାଳୟ ଅଧୀନରେ ଥିବା ଆଇଏମ୍ଏସ୍ର ପୂର୍ବତନ ନିର୍ଦେଶକ ତଥା ବିଶିଷ୍ଟ ମାଇକ୍ରୋବାଇଓଲୋଜିଷ୍ଟ ଡା.ଡ୍ରିଭୁବନ ମୋହନ ମାହପାତ୍ର । ଡା. ମହାପାତ୍ର କହିଛନ୍ତି, ନମୁନା ସଂଗ୍ରହ କରିବା ଉପରେ ରାପିଡ୍ ଆଂଟିଜେନ୍ କିଟ୍ର ସଫଳତା ନିର୍ଭର କରୁଛି । ଯଦି ଠିକ୍ ଭାବେ ନମୁନା ସଂଗ୍ରହ କରାନଯାଏ, ତାହାଲେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରୋଗୀଙ୍କୁ ଚିହ୍ନଟ କରିବା ସମ୍ଭବ ହେବ ନାହିଁ । ଯଦି ନମୁନା ରିପୋଟ ବିଶେଷ ଫଳପ୍ରଦ ହୋଇ ନଥାଏ । ଓଡ଼ିଶାରେ ଏବେ ମାତ୍ରାଧିକ ଆଂଟିଜେନ୍ କିଟ୍ ପରୀକ୍ଷାରେ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ଯଦି ସେମାନଙ୍କର ଆର୍ୟିପିଆର ପରୀକ୍ଷା କରାଯାଇଥାନ୍ତା ତାହାଲେ ହୁଏତ ଅଧିକ ରୋଗୀ ଚିହ୍ନଟ ହୋଇଥା’ ନ୍ତେ । ଯଦି ଲକ୍ଷଣ ଥିବା ରୋଗୀଙ୍କ ରାପିଡ୍ ଆଂଟିଜେନ୍ କିଟ୍ରେ ନେଗେଟିଭ ଆସିଥାଏ, ତାହାଲେ ତାଙ୍କୁ ପୁନର୍ବାର ଆରଟି-ପିସିଆରରେ ପରୀକ୍ଷା କରାଯିବା ଜରୁରୀ । ତେଣୁ ରାଜ୍ୟ ସରକାର ନମୁନା ପରୀକ୍ଷାରେ କେବଳ ପରିମାଣ ବା କ୍ୱାଂଟିଟିକୁ ଦେଖୁଛନ୍ତି, ମାତ୍ର କ୍ୱାଲିଟିକୁ ପଛରେ ପକାଇ ଦେଇଛି । ଫଳରେ ଏକ ତୃତୀୟାଂଶ ରୋଗୀଙ୍କୁ ଚିହ୍ନଟ କରାଯିବ ସମ୍ଭବ ହେଉନାହିଁ । ଆରିଟି-ପିସିଆର ପରୀକ୍ଷାରେ ପଜିଟିଭ ରେଟ୍ ୭୦-୮୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ତେରୁ ଯଦି ଜଣେ ବ୍ୟକ୍ତିଙ୍କ ରାପିଡ ଆଂଟିଜେନ୍ କିଟ୍ରେ ନେଗେଟିଭ ଆସୁଛି ଓ ପରବର୍ତୀ ସମୟରେ ଆରଟି-ପିସିଆରରେ ପରୀକ୍ଷା କରାଯାଉଛି, ତାହାଲେ ଜଣେ ସଂପୃକ୍ତ ପରୀକ୍ଷାର ପଜିଟିଭ ରେଟ୍ ୯୫-୯୮ ପ୍ରତିଶତ ପର୍ଯ୍ୟନ୍ତ ଦେଖା ଯାଇଥାଏ । ତେଣୁ ଏଥିରେ ରୋଗୀ ଖସିଯିବା ସମ୍ଭବ ନୁହେଁ । ଆରଟି-ପିସିଆର ନମୁନା ରିପୋର୍ଟ ପାଇବା ପାଇଁ ଯଥେଷ୍ଟ ବିଳମ୍ବ ହେଉଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଦିନକୁ ଅତିକମ୍ରେ ୧୦ ହଜାର ଆରଟି-ପିସିଆର ପରୀକ୍ଷା କରିବା ଉଚିତ ବୋଲି ଡା.ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.

one × 4 =