ରାସ୍ତାରେ ଅଳିଆ ପକାଇଲେ ଟ୍ରେଡ୍ ଲାଇସେନ୍ସ ରଦ୍ଧ କରିବ ବିଏମ୍ସି


ଭୁବନେଶ୍ୱର: ବିଏମ୍ସି ଏଣିକି ପୁରା ଆକ୍ସନ ମୁଡ଼ରେ । ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀମାନଙ୍କୁ ଆଉ ବରଦାସ୍ତ କରାଯିବନି । ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ କତୃପକ୍ଷ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ପକାଉଥିବା ଦୋକାନୀଙ୍କ ଉପରେ ଆର୍ଥିକ ଜରିମାନା ସାଙ୍ଗକୁ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରଦ୍ଧ କରାଯିବ ଟ୍ରେଡ ଲାଇସେନ୍ସ । ଆବଶ୍ୟକସ୍ଥଳେ ଦୋକାନକୁ ସିଲ ସହ ଉଚ୍ଛେଦ ମଧ୍ୟ କରାଯିବ । ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍ସି । ଦୋକାନମାନେ ଅଳିଆକୁ ଏଣେତେଣେ ପକାଉଥିବାରୁ ପାରିପାଶ୍ୱିର୍କ ପରିବେଶ ବିଗିଡ଼ି ଯାଉଛି । ଏହାକୁ ଦୃଷ୍ଟିରେ ରଖି ନିଜ ଦୋକାନ ସମ୍ମୁଖରେ ୨ଟି ଡଷ୍ଟବିନ୍ ରଖିବାକୁ ଦୋକାନୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ଗୋଟିକରେ ଓଦା ବର୍ଜ୍ୟବସ୍ତୁ ଓ ଗୋଟିକରେ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ଲାଗି କୁହାଯାଇଥିଲା । ମାତ୍ର ବାରମ୍ବାର ସଚେତନାତା ସତ୍ୱେ ଦୋକାନୀମାନେ ୨ଟି ଡଷ୍ଟବିନ୍ ରଖୁନାହାନ୍ତି । ଏପରିକି କାରବାର ଶେଷ ପରେ ଦୋକାନରୁ ବାହାରୁଥିବା ଅଳିଆ ଆବର୍ଜନା ଏଣେତେଣେ ପକାଉଥିବା ନଜରକୁ ଆସିଛି । ଯାହା ଫଳରେ ପରିମଳ ସେବା ନଷ୍ଟ ହେଉଥିବାରୁ ବାଧ୍ୟ ହୋଇ ବିଏମ୍ସି ଏପରି କଡ଼ାପଦକ୍ଷେପ ନେବାକୁ ଯାଉଛନ୍ତି ।

Leave A Reply

Your email address will not be published.

8 − four =