ରାସ୍ତା ନିର୍ମାଣର ବିଳମ୍ବତା ନେଇ ଜେବିପି ପକ୍ଷରୁ ରାସ୍ତା ବନ୍ଦ ଡାକରା ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀଙ୍କ ନିମନ୍ତେ ଦେଲେ ପତ୍ର


ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଠାରେ କାର୍ଯ୍ୟରତ ଯୋଡା ବିକାଶ ପରିଷଦ ନିଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ନେଇ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସାମାଜିକ ସମସ୍ୟାର ସମାଧାନ କ୍ଷେତ୍ରରେ ବେଶ ଆଗଭର । ଯୋଡା ପୌରପାଳିକା ଅନ୍ତର୍ଗତ ପୁରୁଣା ଏନଏସି ଗେଟ୍ ହିନ୍ଦୀ ହାଇସ୍କୁଲ ଠାରୁ ଯୋଡା ସହର ମଧ୍ୟ ଦେଇ କମାରଯୋଡା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ସ୍ଥିତି ଦିନକୁ ଦିନ ଖରାପ ହୋଇ ଭାଙ୍ଗିରୁଜି ଯିବା ଏବଂ ରାସ୍ତାମଝିରେ ପ୍ରାୟ ୨ ଫୁଟ୍ରୁ ଉଦ୍ଧ୍ୱର୍ ବଡବଡ ଖାଲମାନ ସୃଷ୍ଟି ହୋଇ ଦୈନନ୍ଦିନ ଦୁର୍ଘଟଣା ଘଟିବା ସହ ପଥଚାରୀ ମାନଙ୍କ ନିମନ୍ତେ ରାସ୍ତାଟି ଏକପ୍ରକାର ଅନୁପଯୋଗୀ ହୋଇପଡିଥିବା କହିଲେ ଭୁଲ ହେବନାହିଁ ।
ପୂର୍ତର୍ବିଭାଗ (ପିଡବ୍ଲୁଡି) ଅଧୀନରେ ଆସୁଥିବା ଏହି ରାସ୍ତାର ନିର୍ମାଣ ଏବଂ ମରାମତି ନେଇ ଯୋଡା ବିକାଶ ପରିଷଦ ପୂର୍ବରୁ ଅନେକବାର ଜିଲ୍ଲାପାଳ, ପୂର୍ତବିଭାଗ ମୁଖ୍ୟଯନ୍ତ୍ରୀଙ୍କ ପାଖରେ ଲିଖିତ ଏବଂ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ ରାସ୍ତା ନିର୍ମାଣରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନନିଆଯିବାରୁ ଯୋଡା ବିକାଶ ପରିଷଦ ପକ୍ଷରୁ ୪/୯/୨୦୨୦ ଚିଠି ନଂ ଜେବିପି/୨୩୪/୨୦୨୦-୨୧ ରେ କେନ୍ଦୁଝର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଦିଆଯାଇଥିବା ଖବର ହସ୍ତଗତ ହୋଇଛି । ଦିଆଯାଇଥିବା ପତ୍ରରେ ରାସ୍ତା ବନ୍ଦ ଏବଂ ଷ୍ଟ୍ରାଇକ ନେଇ ଉଲ୍ଲେଖ ଥିବା ବେଳେ ଯଦି ଏହା ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ଆସନ୍ତା ଗୁରୁବାର ଦିନ ଉକ୍ତ ରାସ୍ତାକୁ ଅବରୋଧ କରାଯିବ ବୋଲି ଯୋଡା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଚିଠିକୁ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ, ଚମ୍ପୁଆ ଉପଜିଲ୍ଲାପାଳ, ବଡବିଲ ତହସିଲଦାର, ପୂର୍ତବିଭାଗ ମୁଖ୍ୟଯନ୍ତ୍ରୀ, ଯୋଡା ଯୁଗ୍ମ ଖଣି ଉପନିଦେ୍ର୍ଧଶକ, ବଡବିଲ ଏସଡିପିଓଙ୍କ ସମେତ ଯୋଡା ଥାନା
ଅଧିକାରୀଙ୍କୁ ଗୋଟିଏ ଲେଖାଏଁ କପି ଦିଆଯାଇଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 × two =