ରାୟଗଡାରୁ ୬୬ ପଜିଟିଭ୍ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରେ ଧିରେ ଧିରେ କମିବାରେ ଲାଗିଛି କରୋନା । ୮୮ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣିା ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ପୁରୁଷ ଏବଂ ୨୪ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୦ ଜଣ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଏବଂ ଗଂଜାମ ଜିଲ୍ଲାରୁ ଫେରିଥିବା ୨ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ରହିଛି । ଏଥି ସହ ୭ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କାଶିପୁରରୁ ୨୪, ଗୁଣପୁର ଗ୍ରାମାଚଂଳରୁ ୧୦, କଲ୍ୟାଣସିଂହପୁରରୁ ୧୦, ରାୟଗଡା ଗ୍ରାମାଚଂଳରୁ ୮, ବିଷମକଟକରୁ ୭, ରାୟଗଡା ପୌରାଚଂଳରୁ ୬ ଏବଂ କଲୋନରାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୪୭ ରେ ପହଂଚିଥିବା ଥିବା ବେଳେ ୫୬୮୭ ଜଣ ସୁସ୍ଥ ହୋଇଛନ୍ତି । ୭୨୬ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ପ୍ରତିଦନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ବର୍ତମାନ ସୁଦ୍ଧା ଜି୍ଲଲାରୁ ୭୦୯ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୫୩୬ ସୁସ୍ଥ ହୋଇଛନ୍ତି ଏବଂ ୧୭୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତିା

Leave A Reply

Your email address will not be published.

one × 4 =