ରାୟଗଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫ : ୩୯ ମୃତ

ରାୟଗଡ : ରାୟଗଡ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏକ ପ୍ରକାର ନିୟନ୍ତ୍ରଣାଧୀନ ରହିଛି । ଚଳିତ ଅକ୍ଟୋବର ମାସ ପହିଲାରୁ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ସଂଖ୍ୟା କମିବାରେ ଲାଗିଛି । ଫଳରେ ଜିଲ୍ଳା ପୁରି ପୂର୍ବ ପରି ଅଧିକ ସ୍ୱାଭାବିକ ହେବାରେ ଲାଗିଛି । କରୋନା କଟକଣା କୋହଳ ପରେ ଜିଲ୍ଳାରେ ବିଭିନ୍ନ ସଂଘ,ଅନୁଷ୍ନାନଗୁଡିକ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ-୧୯ ନିୟମକୁ ଦୃଷ୍ଟିରେ ରଖି କରାଯାଉଥିବା ପରିଲିକ୍ଷିତ ହେଉଛି । ଲୋକଙ୍କ ମନରେ କରୋନା ଭୟ ଏକ ପ୍ରକାର ଲୀନ ହେବା ପରି ଲାଗୁଛି । କିନ୍ତୁ ଘରୁ ବାହାରକୁ ଆସିଲେ ଲୋକେ ମୁହଁରେ ମାସ୍କ ପିନ୍ଧୁଥିଲେ ସୁଦ୍ଧା ସାମାଜିକ ଦୂରତା ବଜାୟ ରଖିବାରେ ଅସମର୍ଥ ହେଉଛନ୍ତି । ତଥାପି ଜିଲ୍ଳାରେ ପ୍ରଶାସନ ପକ୍ଷରୁ ରାପିଡ ଆଂଟିଜେନ ଟେଷ୍ଟିଂ ଓ ଅନ୍ୟାନ୍ୟ କରୋନା ପରୀକ୍ଷା କରାଯାଉଥିଲେ ସୁଦ୍ଧା ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ । ଯାହାକୁ ନେଇ ଜିଲ୍ଳାବାସୀ ଟିକିଏ ଆଶ୍ୱସ୍ତି ଲାଭ କରିଛନ୍ତି । ରାୟଗଡ ଜିଲ୍ଳାରେ ବୁଧବାର ଦିନ ମାତ୍ର ୧୭ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୬୭୫କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୧୭ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୧୦ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ମୋଟ ୭୬୫୮ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୭୩୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୨ ଜଣ ରୋଗୀ ଚିକିସôିତ ହେଉଛନ୍ତି । ସେହିପରି ୧୦ ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୭ ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୩ ଜଣ ଚିହ୍ନଟ ହୋଇଛନ୍ତି । ବୁଧବାର ୧୭ ଜଣଙ୍କ ମଧ୍ୟରେ ୩ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାରେ ୭୯୯ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୬୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୦୫ ଜଣ ସକି୍ରୟ ରୋଗୀ ଚିକିସôିତ ହେଉଛନ୍ତି । ସେହିପରି ଜିଲ୍ଳାର ମୁନିଗୁଡା ବ୍ଳକରୁ ସର୍ବାଧିକ ୪ଜଣ ଚିହ୍ନଟ ହୋଇଥିବା ବେଳେ ପଦ୍ମପୁର ବ୍ଳକ ଓ ରାୟଗଡ ସହରାଂଚଳରୁ ୩ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି । ସେହିପରି କୋଲନରା ଓ ରାମନାଗୁଡା ବ୍ଳକରୁ ୨ଜଣ ଲେଖାଁଏ ଏବଂ ଗୁଡାରୀ,ଗୁଣପୁର ଗ୍ରାମାଂଚଳ ଓ କାଶିପୁର ବ୍ଳକରୁ ଜଣେ ଲେଖାଁଏ ମୋଟ ୧୭ ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ୯୬.୨୧ ପ୍ରତିଶତ ସୁସ୍ଥତା ହାର ଓ ସକି୍ରୟ ହାର ୩.୨୮ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୧ ପ୍ରତିଶତ ହାରରେ ୩୯ ଜଣଙ୍କ ମୃତ୍ୟୁ ହୋଇଛିି ।
ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ସଂଖ୍ୟା ୫୦ରୁ କମ ଚିହ୍ନଟ ହେଉଥିବା ବେଳେ ଆଜି ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ପଜିଟିଭ୍ ସଂଖ୍ୟରେ ହ୍ରାସ ପାଇଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ତରଫରୁ ଜନସଧାରଣଙ୍କୁ ନିବେଦନ କରାଯାଇଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୭ ପୁରୁଷ ଏବଂ ୧୦ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୭ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମୁନିଗୁଡାରୁ ୪, ପଦ୍ମପୁର ଓ ରାୟଗଡା ଗ୍ରାମାଚଂଳରୁ ୩, କଲୋନରା ଓ ରାମନାଗୁଡାରୁ ୨, ଗୁଡାରୀ,ଗୁଣପୁର ଗ୍ରାମାଚଂଳ ଏବଂ କାଶିପୁରରୁ ଜଣେ ଲେଖାଏ ପଜିିିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭୫ ରେ ପହଂଚିଥିବା ଥିବା ବେଳେ ୭୩୮୪ ଜଣ ସୁସ୍ଥ ହୋଇଛନ୍ତି । ୨୫୨ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଥିଲେ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ଏଥି ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

18 + four =