ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତି କିଛି ଦିନ ହେଲା ୧୦୦ ରୁ ଉଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଜି ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ଘଟି ୨୦୬ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଯୋଗୁଁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ପଜିଟିଭ୍ ହାର କମାଇବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ କୋରନା ସଂକ୍ରମଣକୁ ରୋକିବାରେ ବିଫଳ ହେଇଛି । ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ସଜାଗ ସହ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ପୁରୁଷ ଏବଂ ୬୬ ଜଣ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୯ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମୁନିଗୁଡ଼ାରୁ ୫୯,ବିଷମକଟକରୁ ୫୬, କଲ୍ୟାଣସଂହପୁରରୁ ୪୫, ଗୁଡ଼ାରିରୁ ୧୯, ରାୟଗଡା ସହରାଞ୍ଚଳରୁ ୧୪, ଗୁଣପୁର ସହରାଞ୍ଚଳରୁ ୪, ପଦ୍ମପୁରୁର ୭ ଏବଂ ରାୟଗଡ଼ା ଗ୍ରାମାଞ୍ଚଳରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୬୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୪୯୨୧ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ ରେ ପହଞ୍ଚିଛି । ୭୧୮ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୬୦୨ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୪୮୫ ସୁସ୍ଥ ହୋଇଛନ୍ତି ଏବଂ ୧୧୭ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।