ରାୟଗଡାରେ ୬ ହଜାର ଡେଇଁଲା କରୋନା : ୩୩ ମୃତ

ରାୟଗଡା: ରାୟଗଡା ଜିଲ୍ଲାରେ ୬ ହଜାର ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଜିଲ୍ଲାରେ । ସ୍ଥିତିକୁ ନିୟନ୍ତ୍ରଣଧୀନ କରିବା ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ଜାରୀ ରହିଛି । କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ଟେଷ୍ଟିଂ ଜୋରଦାର କରାଯାଇଛି । ତେବେ ଜିଲ୍ଲାରୁ ବର୍ତମାନ ସୁଦ୍ଧା କରୋନା ସଂକ୍ରମଣରେ ୩୩ ଜଣ ମୃତ ହୋଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆଜି ଦିନକରେ ଜିଲ୍ଲାରୁ ୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ପୁରୁଷ ଏବଂ ୩୭ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୫୮ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୩ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବିଷମକକରୁ ୩୨, କାଶିପୁରରୁ ୧୮, ମୁନିଗୁଡାରୁ ୧୩, କୋଲନରାରୁ ୯, ଗୁଣପୁର ପୌରାଚଂଳ ଏବଂ ଗୁଡାରୀରୁ ୭, ରାମନାଗୁଡା ଏବଂ ରାୟଗଡା ଗ୍ରାମାଚଂଳରୁ ୪, ଗୁଣପୁର ଗ୍ରାମାଚଂଳରୁ ୩ ଏବଂ ରାୟଗଡା ପୌରାଚଂଳରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୮୬ ରେ ପହଂଚିଥିବା ଥିବା ବେଳେ ୫୩୪୧ ଜଣ ସୁସ୍ଥ ହୋଇଛନ୍ତି । ୭୧୨ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ୬୪୯ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୫୧୬ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.

two + nine =