ରାୟଗଡା ବିଜେପି ସଭାପତିଙ୍କୁ କରୋନା

ରାୟଗଡା – ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶିବ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ଜିଲ୍ଲାବାସୀଙ୍କର ସମାସ୍ୟା ସମାଧାନ ପାଇଁ କୋଭିଡ ୧୯ ନିୟମ ମାନି ମିଶିଥିଲେ ମଧ୍ୟ ଅଜାଣରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ନେଇ ଶ୍ରୀପଟ୍ଟନାୟକ ପ୍ରକାଶ କରିଛନ୍ତି । ବର୍ତମାନ ସେ ଗୃହ ସଙ୍ଗରୋଧରେ ରହିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟିଂ କରିବା ପାଇଁ ନିବେଦନ କରିଛନ୍ତି । ଏଥି ସହ ଶ୍ରୀପଟ୍ଟନାୟକ ରାୟଗଡା ଜିଲ୍ଲାବାସୀଙ୍କୁ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ ପାଳନ କରିବା ସହ ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଯଦି ଘରୁ ବାହାରନ୍ତି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ବିଜେପି ସଭାପତିଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଆସିବା ପରେ ବିଭିନ୍ନ ସଂଗଠନ, ଜନସାଧାରଣ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

fifteen − six =