ରାୟଗଡ ଜିଲ୍ଲା ବିଜେପିର ନୂତନ କର୍ମକର୍ତା ଘୋଷଣା

ରାୟଗଡ- ରାୟଗଡା ଜିଲ୍ଲା ବିଜେପି ଟିମ ଘୋଷଣା ହୋଇଛି । ରାଜ୍ୟ ସଭାପତିଙ୍କ ଅନୁମୋଦନ ପରେ ଆଜି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ନୂତନ କାର୍ଯ୍ୟକର୍ତାଙ୍କ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି । ନୂତନ ଟିମରେ ୮ ଜଣ ଉପ-ସଭାପତି, ୩ ଜଣ ସାଧାରଣ ସଂପାଦକ ଓ ୮ ଜଣ ସଂପାଦକଙ୍କ ନାମ ଘୋଷଣା କରାଯାଇଛି । ଘୋଷଣା ହୋଇଥିବା ଉପ-ସଭାପତିଙ୍କ ମଧ୍ୟରେ ରାମକୃଷ୍ଣ ପଣ୍ଡା, ଭେଙ୍କଟସ୍ୱର ରାଓ, ଗୌରୀ ମାଣ୍ଡାଙ୍ଗି, ଗଣପତି ରାଓ, ଅର୍ଚ୍ଚନା ବର୍ମା, ଉଦୟନାଥ ପାଢୀ, ସୁଜାତା ନାଗରତ୍ନମ, ଦୁର୍ଯ୍ୟୋଧନ ପାଳ ରହିଛନ୍ତି । ସାଧାରଣ ସଂପାଦକ ଭାବେ କିଶୋର ଚନ୍ଦ୍ର ପଣ୍ଡା, ହରେକୃଷ୍ଣ ପାଢୀ, ରମେଶ ସାମନ୍ତ ଚୟନ ହୋଇଥିବା ବେଳେ ସଂପାଦକ ଭାବେ ରବି ଶଙ୍କର ଗମା୍ଙ୍ଗ, ଚନ୍ଦ୍ର ଶେଖର ଖରା, ସୁଶୀଳା, ପଦ୍ମନାଭ ଦାସ, ସଂଯୁକ୍ତା ମାଝି, ରାଜେଶ୍ୱର ଶବର, ଦେବେନ୍ଦ୍ର ପଣ୍ଡା, କୃଷ୍ଣ ସାମଲ ରହିଛନ୍ତି । କାର୍ଯ୍ୟାଳୟ ପ୍ରମୁଖ ଭାବେ ବୃନ୍ଦାବନ ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ପି.ନାଗରାଜୁଙ୍କୁ ଚୟନ କରାଯାଇଛି । ସେହିଭଳି ଲିଗଲ ସେଲର ପ୍ରମୁଖ ଭାବେ ବରିÂ ଆଇନଜୀବି ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି ।
ଯୁବମୋର୍ଚ୍ଚା ସଭାପତି ଭାବେ ଦେବାଶିଷ ପଣ୍ଡା ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ରଂଜନା ଉପାଧ୍ୟୟଙ୍କ ନାମ ମଧ୍ୟ ଘୋଷଣା ହୋଇଛି । ସ୍ଥାୟୀ ନିମନ୍ତ୍ରିତଙ୍କ ମଧ୍ୟରେ ୧୬ ଜଣଙ୍କ ନାମ ଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀରେ ୪୭ଜଣଙ୍କ ନାମ ଘୋଷଣା କରାଯାଇଛି । ସମସ୍ତ ଦିଗକୁ ବିଚାର କରି ନୂତନ କମିଟି ଗଠନ କରାଯାଇଛି । ଆଗାମୀ ଜିଲ୍ଲା ପରିଷଦ ଏବଂ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ବିଜୟଲାଭ କରିବା ବୋଲି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

18 + five =