ଚମ୍ପୁଆ : ରିମୁଳି ମହାବିଦ୍ୟାଳୟରେ ୪୧ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା କର୍ଣେଶ୍ଵର ବୌଦ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରେ ମୁଖ୍ୟଅତିଥି ଭାବେ କେନ୍ଦୁଝରର ଭୂମିପୁତ୍ର ପଦ୍ମଶ୍ରୀ ମାଗୁଣୀ ଚରଣ କୁଆଁର , ଚମ୍ପୁଆ ବିଧାୟକ। ମିନାକ୍ଷୀ ମହାନ୍ତ ଯୋଗ ଦେଇ ପ୍ରଥମେ ନୂତନ ଶ୍ରେଣୀ ଗୃହର ଉଦ୍ଘାଟନ କରିଥିଲେ । ପରେ ବାର୍ଷିକ ଉତ୍ସବରେ ପଦ୍ମଶ୍ରୀ ମାଗୁଣୀ ଚରଣ କୁଆଁର ଓ ବିଧାୟିକା ମିନାକ୍ଷୀ ମାହାନ୍ତ, ମୁଖ୍ୟବକ୍ତା ଭାବେ ଡ଼ା ଚିତ୍ତରଞ୍ଜନ ମିଶ୍ର ଛାତ୍ର ଛାତ୍ରୀଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ରିମୁଳି ମହାବିଦ୍ୟାଳୟର ପ୍ରଧ୍ୟାପକ ନରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।