କେନ୍ଦ୍ରାପଡା: ଆଳି ବ୍ଲକ ଅନ୍ତର୍ଗତ ପତ୍ରପୁର ଗ୍ରାମପଂଚାୟତର ବନ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଆଜି ବିଜେପି ନେତା ତଥା ଆଇନଜୀବି ନେହେରୁ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ଯେ ଚଳିତବର୍ଷ ପ୍ରଳୟଙ୍କରୀ ବନ୍ୟା ଓ ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ଦୁର୍ବିସହରେ ପଡି ଯନ୍ତ୍ରଣା ଜନିତ ଜୀବନ ବିତାଉଥିବା ବେଳେ ସରକାରୀ ରିଲିଫ ଓ ଆର୍ଥିକ ସହାୟତରୁ ସେମାନଙ୍କୁ ବଂଚିତ କରାଯାଇଛି । ପତ୍ରପୁର ପଂଚାୟତର ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ.ମିଳିତ ଭାବେ ସେମାନଙ୍କୁ ଅଣଦେଖା କରି ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ କରିଛନ୍ତି । ସେମାନେ ପଂଚାୟତ ଠାରୁ ଆରମ୍ଭକରି ଆଳି ବ୍ଲକର ବିଡିଓଙ୍କୁ ମଧ୍ୟ ଏସମ୍ପର୍କରେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେବି ସେମାନଙ୍କୁ ରିଲିଫ ପ୍ରଦାନ କରାଯାଇନାହିଁ । ଏଣୁ ଏହି ଅଭିଯୋଗର ତଦନ୍ତ କରାଯାଇ ସେମାନଙ୍କୁ ରିଲିଫ ଯୋଗାଇଦେବାକୁ କ୍ଷତିଗ୍ରସ୍ତମାନଙ୍କ ପକ୍ଷରୁ ସୁନିଲ କୁମାର ରାଉତ,ହରିହର ମହାରଣା,ହିମାଂଶୁ ଶେଖର ପରିଡା,ରନôାକର ବେହେରା,ସୁରେଶ ରାଉତ,ଭାଗବତ ପରିଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।