ରିଲିଫ ସାମଗ୍ରୀ ନଷ୍ଟହେବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା: ଅମ୍ଫାନ ବାତ୍ୟା ରିଲିଫ ଉଦେଶ୍ୟରେ ଆସିଥିବା ପ୍ରାୟ ୧୫କ୍ୱିଂଟାଲରୁ ଅଧିକ ଚୁଡା ଓ ବିସ୍କୁଟ ଆଦି ବଂଟନ ନକରାଯାଇ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ମାସ ମାସ ଧରି ପଡିରହି ପୋକଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବ୍ଲକ ପ୍ରଶାସନର ଅପରଣାମଦର୍ଶୀ ତଥା ଅକ୍ଷମଣୀୟ ଦାୟୀତ୍ୱହୀନତା ପାଇଁ ପ୍ରାକୃତିକ ଦୁର୍ବିପାକ ଭଳି ଦୁର୍ଦ୍ଧଶା ସମୟରେ ପ୍ରପୀଡିତ ଲୋକମାନଙ୍କ ପାଇଁ ଆସିଥିବା ରିଲିଫରୁ ବିପନ୍ନଙ୍କୁ ବଂଚିତ କରାଯାଇ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଗଲା । ବ୍ଲକ ପ୍ରଶାସନର ସରକାରୀ ଅର୍ଥ ଅପବ୍ୟୟ ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏପ୍ରକାର ସମ୍ବେଦନଶୀଳ ପ୍ରସଙ୍ଗରେ ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଆସନ୍ତା ୧୨ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରାପଡା ବିଡିଓଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସୁନାକର ବେହେରା, ବାସୁଦେବ ତ୍ରିପାଠୀ, ହରେକୃଷ୍ଣ ରାୟ, ଦେବ ପ୍ରସାଦ ଭଳ, ଲକ୍ଷ୍ମଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × two =