ରେଳବାଇ ଘରୋଇକରଣ ବିରୁଦ୍ଧରେ ‘ସିଟୁ’ର ପ୍ରତିବାଦ

ଅନୁଗୋଳ: ‘ସିଟୁ’ର ଜିଲ୍ଲା ସାଧାରଣ ସଂପାଦକ ଉପେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ରେଳବାଇ ଘରୋଇକରଣ ବିରୁଦ୍ଧରେ ଅନୁଗୋଳ ରେଳବାଇଗେ୍ଧସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛିା ଦେଶର ସର୍ବବୃହତ ରାଷ୍ଟ୍ରାୟତ ଉଦେ୍ଧାଗ ବୃହତ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ରେଳବାଇକୁ ଦେଶୀ ଓ ବିଦେଶୀ ପୁିପତିମାନଙ୍କ ହାତରେ ଟେକି ଦେବା ପାଇଁ କେନ୍ଦ୍ରର ବିଜେପି ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦେଶର ସ୍ୱାର୍ଥ ବିରୋଧି ୧୦୯ଜେଯାଡା ଟ୍ରେନକୁ ଘରୋଇ ମାଲିକ ମାନହ୍କ ହାତରେ ଟେକି ଦିଆଯିବ । ଏହା ପୂର୍ବରୁ ଅନେକ ଟ୍ରେନ ଓ ଷ୍ଟସନକୁ ଘରୋଇ କରଣ କରାଯାଇଛି । ଦେଶକୁ ଆତ୍ମ ନିର୍ଭରଶୀଳ ଭାରତ ଗଠନ କରିବାକୁ ଘୋଷଣା କରିଥିବା କେନ୍ଦ୍ର ସରକାରଙ୍କ ପ୍ରତ୍ୟେକଟି ପଦକ୍ଷେପ ହେଉଛି ବିଦେଶୀ ପୁିପତିଙ୍କ ହାତରେ ଦେଶର ଅର୍ଥନୀତିକୁ ସମର୍ପଣ କରିବା, ଏପରିକି ପ୍ରତିରକ୍ଷା ଉତ୍ପାଦନ ମଧ୍ୟ ଘରୋଇ ସଂସ୍ଥା ହାତରେ ଟେକି ଦିଆ ଯାଉଛି । ଏଣୁ ରେଳବାଇର ଘରୋଇକରଣ ନିଷ୍ପତି ବିରୁଦ୍ଧରେ ସିଆଇଟିୟୁ ସାରା ଦେଶ ବ୍ୟାପି ପ୍ରତିବାଦ ପାଳନ କରି କେନ୍ଦ୍ର ସରକାରକୁ ଚେତେଇ ଦେଉଛି ଯେ ଜାତୀୟ ସଂପତିକୁ ଘରୋଇକରଣ କରିବା ନିଷ୍ପତିକୁ ପ୍ରତ୍ୟାହାର ନ କଲେ ସାରା ଦେଶ ବ୍ୟାପି ଆନେ୍ଦାଳନକୁ ସିଆଇଟିୟୁ ତୀବ୍ରତର କରିବ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦୀପ ପଣ୍ଡା, ବସନ୍ତ ପଟ୍ଟନାୟକ, ପ୍ରକାଶ ତ୍ରିପାଠୀ, ମହେନ୍ଦ୍ର ସାହୁ, ବିଶ୍ୱନାଥ ସାହୁ, ସୁଦର୍ଶନ ମହାପାତ୍ର, ପ୍ରଶାନ୍ତ ବାରଟ, ରଂଜନ ନନ୍ଦ, ସାଗର ମହାପାତ୍ର, ସତ୍୍ୟନାରାୟଣ ସ ।ହୁ, ମହେଶ ଦେଓ, ଆଦି ନେତୃବୃନ୍ଦ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.

3 × 2 =