ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ପୁର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରଠାରେ ୩୬ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ କୋଭିଡ ପ୍ରୋଟୋକୋଲ ସହିତ ପାଳିତ ହୋଇଯାଇଛି । ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରାକ୍ଷାବଳ ସ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି । ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ୟାରେଡକୁ ନିରିକ୍ଷଣ କରିଥିଲେ । ରେଳବାଇ ସୁରକ୍ଷାବଳ ଯବାନମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ଶ୍ରୀ ବିଦ୍ୟାଭୁଷଣ କହିଛନ୍ତି ଯେ, ରେଳବାଇ ସୁରକ୍ଷାବଳ ଯାତ୍ରୀମାନଙ୍କୁ ସୁରକ୍ଷା ନିଶ୍ଚିତ କରିବା ପାଇଁ ବିଶେଷଶ ଭାବରେ ଧ୍ୟାନ ଦେବା ଦରକାର । ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନମାନଙ୍କର ନିଷ୍ଠାପର କର୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ । ରେଳବାଇ ସୁରକ୍ଷାବଳ ଯବାନମାନଙ୍କୁ ସେମାନଙ୍କର ନିଷ୍ଠାପର କର୍ତବ୍ୟ ସମ୍ପାଦନ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପ୍ରତି ଶ୍ରୀ ବିଦ୍ୟାଭୁଷଣ ଗୁରୁତ୍ୱାରୋପ କରିଥିଲେ । କୋଭିଡ ଲକଡାଉନ ସମୟରେ ରେଳବାଇ ସୁରକ୍ଷାବଳ ଯବାନମାନଙ୍କ ଭୁମିକାକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ । ପୁର୍ବତଟ ରେଳବାଇ ସୁରକ୍ଷାବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ମହାନିରୀକ୍ଷକ ଶ୍ରୀ ରାଜାରାମ ରେଳପଥ ପରିସୀମା ମଧ୍ୟରେ ରେଳବାଇ ସୁରକ୍ଷାବଳ ଯବାନମାନଙ୍କର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ରେଳଯାତ୍ରୀମାନଙ୍କର ବହୁମୁଲ୍ୟ ଜୀବନର ସୁରକ୍ଷା ସହିତ ରେଳବାଇ ସମ୍ପତିର ସୁରକ୍ଷା ଦିଗରେ ରେଳବାଇ ସୁରକ୍ଷାବଳ ସାମ୍ନାକରୁଥିବା ବିଭିନ୍ନ ପ୍ରତିକୁଳ ପ୍ରଭାବ ସତ୍ୱେ ସେମାନେ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି । ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । କର୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହାସିକତା ପାଇଁ ରେଳବାଇ ସୁରକ୍ଷରବଳ ଯବାନମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରଷ୍କୃତ କରାଯାଇଥିଲା ।

Leave A Reply

Your email address will not be published.

13 − seven =