ରେଳଲାଇନ୍ରୁ ମାଆ ଓ ଝିଅର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଜୁଡା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍ୱେ ଟ୍ରାକ୍ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଟ୍ରେନ୍ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

1 × 3 =