ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟି ଟଙ୍କା ମିଳିଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ତୁଳନାରେ ଏହା ୬୦% ଅଧିକ । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଓଡିଶାକୁ ରେଳ ବଜେଟ୍ ୪୩୭୩ କୋଟି ଟଙ୍କା ମିଳିଥିଲା । ଏଥିମଧ୍ୟରୁ ରାଜ୍ୟରେ ନୂଆ ରେଳଲାଇନ୍ ୧୫୫୩.୬୦ କୋଟି ଟଙ୍କା ମିଳିଥିଲା ବେଳେ ରେଳବାହୀନି ଦୋହରିକରଣ ପାଇଁ ୧୭୦୨.୪୯ କୋଟି ଟଙ୍କା ଭୂତଳ ରେଳ ଓ ଓଭରବ୍ରିଜ୍ ନିର୍ମାଣ ପାଇଁ ୨୮୦.୪୦ କୋଟି ଟଙ୍କା, ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୧୭.୧୫ କୋଟି ଟଙ୍କା, କମ୍ପୁଟର କରଣ ପାଇଁ ୩.୦୭ କୋଟି ଟଙ୍କା ଏବଂ ବିଦ୍ୟୁତ କରଣ ଓ ମରାମତି ପାଇଁ ୧୯୭.୫୪ କୋଟି ଟଙ୍କା ମିଳିଛି । ଓଡିଶାରେ ରେଳ ଭିତିଭୂମିକୁ ବିଶ୍ୱସ୍ତରୀୟ କରାଯିବ ଏଥିଲାଗି ଚଳିତ ବଜେଟ୍ରେ କେନ୍ଦ୍ର ସରକାର ୬୯୯୫କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ୍ କରି ଏହି ସୂଚାନ ଦେଇଛନ୍ତି । ୨୦୦୯-୧୪ ମଧ୍ୟରେ ଓଡିଶାକୁ ହାରାହାରି ୮୩୮, କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ଗୋୟଲ ଦାବି କରିଛନ୍ତି । ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ନିର୍ମାଣାଧିନ ମୋଟ୍ ୪, ୮୭୭ କିଲୋମିଟର ଲାଇନ ପାଇଁ ହୋଇଥିବା ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳରେ ଏହା ଏକ ଅଂଶ ବୋଲି କୁହାଯାଇଛି । ୨୮୯ କିଲୋମିଟର ଲମ୍ବର ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥ ପାଇଁ ୧୦୦୦ କୋଟି ଟଙ୍କା, ୯୮.୭ କିଲୋମିଟର ଲମ୍ବର ଅନୁଗୁଳ-ସୁକିନ୍ଦା ରୋଡ ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦ୍ୱୀପ ପାଇଁ ୧୦୦ କୋଟି ଟଙ୍କା, ୧୫୪ କି.ମି ତାଳଚେର-ବିମଳାଗଡ ପାଇଁ ୧୭୦ କୋଟି ଟଙ୍କା, ୧୩୦ କିଲୋମିଟର ଜୟପୁର-ମାଲକାନଗିରି ରୁଟ୍ ପାଇଁ ୨୮ କୋଟି ଟଙ୍କା, ୩୮ କିଲୋମିଟର ଲମ୍ବର ଜୟପୁର-ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି । ଆଜି ଏନେଇ ପୂର୍ବତନ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦେବ । ତେବେ ରାଜ୍ୟରେ ରେଳ ପ୍ରକଳ୍ପ ଗୁଡିକ ପାଇଁ ଓଡିଶା ସରକାର ୭୨୦୦ କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ୫ହଜାର ୫୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ରେ ରାଜ୍ୟର ରେଳ ପ୍ରକଳ୍ପ ନିମନ୍ତେ ୭୨୦୦ କୋଟି ଟଙ୍କା ଓଡିଶା ସରକାର ଦାବି କରିଥିଲେ । କରୋନା ମହାମାରୀର ପ୍ରଭାବ କେନ୍ଦ୍ର ବଜେଟ୍ ଉପରେ ପଡିଥିବା ବେଳେ ଓଡିଶାର ରେଳ ପ୍ରକଳ୍ପ ପାଇଁ ଆବଂଟିତ ଆର୍ଥକୁ ମଧ୍ୟ ପ୍ରଭବିତ କରିଛି । ଓଡିଶାକୁ ରେଳ ଅନୁଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଥିଲା ବେଳେ ବିଜେଡି ଓ କଂଗ୍ରେସ ନୈରାଶ୍ୟ ଜନକ ବୋଲି କହିଛନ୍ତି । ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଧୁରା କାମକୁ ସଂପୂର୍ଣ୍ଣ କରିବା ଏବଂ ଓଡିଶାରେ ରେଳବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେଡି ରେଳବାଇ ପୁଣି ବୈମାତୃକ ଭାବ ପ୍ରର୍ଦଶନ କରିଛି ବୋଲି କହିଛି ।

Leave A Reply

Your email address will not be published.

three × 2 =