ରୋଗିସେବା ଗୁଣବତା ପରଖିଲେ ଉଚ୍ଚଅଧିକାରୀ

ଚମ୍ପୁଆ : ଚମ୍ପୁଆ ବ୍ଲକର ଇଚିଣ୍ଡା ଓ କାଶିପାଳ ଠାରେ ଥିବା ଏନ ଏମ ସେଟଂର ର ସେବା ଗୁଣବତାକୁ ଉଚ୍ଚ ଅଧିକାରି ପରଖିଥିବା ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ଦିପକ କୁମାର ସାହୁ ସୂଚନା ଦେଇଛନ୍ତି । ଯାଜପୁର ଜିଲାରୁ ଆସିଥିବା ଏହି ପତ୍ରିନିଧି ଦଳରେ ଧର୍ମଶାଳା ବିପିଏଚଓ ଡାକ୍ତର ସୁଧିର କୁମାର ସାହୁ , ରାକେଶ କୁମାର ପଣ୍ଡା, ଜିଲା କ୍ୱାଲିଟି ମେନେଜର ଅଭିଷେକ ସଡଙ୍ଗି ଓ ଶକ୍ତି ସାହୁ ପ୍ରମୁଖ ସାମିଲ ହୋଇ ଏନଏମ ସେଟଂରରେ ଉପଲବ୍ଧ ସେବା ଯଥା ମାନସିକ ରୋଗ, ମାତୃତ୍ଵ ଓ ଶିଶୁ.ନବଯାତଙ୍କ ରୋଗ,କିଶୋରି ସମସ୍ୟା,ପରିବାର ନିୟନ୍ତ୍ରଣ,ଜରୁରୀ ସେବା, ଉପଲବ୍ଧ ଔଷଧ , ପରିକ୍ଷା ବ୍ୟବସ୍ଥା, ଅଣ ସଂକ୍ରମଣ.ଏବଂ ସଂକ୍ରମଣ ଆଦି ରୋଗର ନିରାକରଣ ବ୍ୟବସ୍ଥା,ବାର୍ଦ୍ଧକ୍ୟ ରୋଗ, ଆଖି,କାନ ,ନାକ ଆଦିରୋଗର ପାଇଁ ଥିବା ବ୍ୟବସ୍ଥା ଆଦି ପରଖିଥିଲେ । ଜାତିୟ ଗୁଣବତା ସେବାରେ ଜିଲାର ୧୨ ଗୋଟି ଚୟନ କରାଯାଇଥିବା ବେଳେ ଚମ୍ପୁଆ ବ୍ଲକର ଏହି ଦୁଇଟି ଏଥିରେ ସ୍ଥାନ ପାଇଥିବା ଶ୍ରୀ ସାହୁ ସୂଚନା ଦେଇ ସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

10 + 20 =