ବ୍ରହ୍ମପୁର : ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ସୁନ୍ଦର ପୁର ଓ ଭିକାରୀ ପଲ୍ଲୀ ପଞ୍ଚାୟତର ନୂଅଁପଲ୍ଲୀ ଗ୍ରାମରେ ୨ଟି ସ୍ୱାଭିମାନ (ପ୍ରୌଢ ଶିକ୍ଷା)କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି । ନୂଆ ପଲ୍ଲୀ କେନ୍ଦ୍ରଟି ଗ୍ରାମର ସଭାପତି ରଘୁନାଥ ଗୌଡ ଉଦ୍ଘାଟନ କରିଥିବା ବେଳେ ସୁନ୍ଦରପୁର ମାଝୀ ଡିହ ସାହିରେ ସମିତି ସଭ୍ୟା ସୁକାନ୍ତି ବେହେରା ଓ ସରପ ସସ୍ମିତା ମହାଙ୍କୁଡ ଉଦ୍ଘାଟନ କରିଥିଲେ । ଉଭୟ କେନ୍ଦ୍ରରେ ଅନ୍ୟୁନ ୨୫ଜଣ ଲେଖାଏଁ ଅଶିକ୍ଷିଙ୍କୁ ସ୍ୱେଚ୍ଛାସେବୀ ଶିକ୍ଷକ ମାନେ ଶିକ୍ଷାଦାନ କରିବାପାଇଁ ବ୍ୟବସ୍ଥା କରାଯିବ ୟକ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଭୟ ଉଦ୍ଘାଟନ ଉତ୍ସବରେ ସଂପାଦକ କାମରାଜୁ ମହାରଣା ସ୍ୱାକ୍ଷରତା ଦିବସର ଆଭିମୁଖ୍ୟ ବିଷୟରେ ସଚେତନତା ବାର୍ତା ଦେଇଥିବା ବେଳେ କ୍ଳବର ସ୍ୱାକ୍ଷରତା କମିଟିର ଚେୟାରମ୍ୟାନ୍ ଅରୁଣ ଦାଶ ସମାଜରେ ଶିକ୍ଷିତ ବ୍ୟକ୍ତିଙ୍କ ସ୍ଥାନ ଓ ମର୍ଯ୍ୟାଦା ଉପରେ ଆଲୋକ ପାତ କରିଥିଲେ । ନୂଆପଲ୍ଲୀ ଜୟ ହନୁମାନ ସ୍ୱାଭିମାନ କେନ୍ଦ୍ରରେ ସ୍ୱେଚ୍ଛାସେବୀ ଶିକ୍ଷକ ରୂପେ ସୁଶାନ୍ତ ସେଠୀ ଦାୟିତ୍ୱ ନେଇ ଥିବା ବେଳେ ସୁନ୍ଦରପୁର ସୁନ୍ଦରେଶ୍ୱର ସ୍ୱାଭିମାନ କେନ୍ଦ୍ରରେ ଅନିଲ୍ କୁମାର ବିଷୋୟି ଦାୟିତ୍ୱ ନେଇଥିଲେ । ସୁନ୍ଦରେଶ୍ୱର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜନାର୍ଦନ ଶତପଥୀ ଉଭୟ କେନ୍ଦ୍ରର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରଘୁନାଥ ଗୌଡ, ବୁଡୁ ଗୌଡ, ସୁଶୀଳା ନାୟକ, ଅଙ୍ଗନୱାଡି କର୍ମୀ ସୁଜାତା ଗୌଡ ପ୍ରମୁଖ କେନ୍ଦ୍ରର ସୁପରି·ଳନା ପାଇଁ ପ୍ରତିଶ୍ରୁତି ପ୍ରକାଶ କରିଥିଲେ