ନୂଆଦିଲ୍ଲୀ,୩ ।୦୬(ଏଜେନ୍ସି): ଦେଶରେ କରୋନା ମୁକାବିଲା ପାଇଁ ଜାରି ହୋଇଥିବା ୪ଟି ପର୍ଯ୍ୟାୟ ଲକ୍ଡାଉନ୍ରେ ୧୨.୨୦ କୋଟି ଲୋକ ଚାକିରି ହରାଇଥିବା କୁହାଯାଇଛି ।
ସେଂଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଏକ ରିପୋର୍ଟ ଅନୁଯାୟୀ, ମେ’ ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବେକାରୀ ହାର ୨୩.୪୮%କୁ ବୃଦ୍ଧି ପାଇଛି । ଏପି୍ରଲରେ ଏହା ୨୩.୫୨% ଠାରୁ ସାମାନ୍ୟ କମ୍ । ଏହାପୂର୍ବରୁ ମେ’ ୨୪ରେ ଶେଷ ହୋଇଥିବା ସପ୍ତାହରେ ବେକାରୀ ହାର ୨୪.୩% ରେକର୍ଡ କରାଯାଇଥିଲା ।
ପୂର୍ବ ସପ୍ତାହରେ ରେକର୍ଡ ହୋଇଥିବା ୨୪.୦ ପ୍ରତିଶତ ବେକାରୀ ହାରଠାରୁ ଏହା ଅଧିକ । ଏହା ମଧ୍ୟ ଗତ ୮ ସପ୍ତାହ ମଧ୍ୟରେ ହାରାହାରି ବେକାରୀ ହାର ୨୪.୨ ପ୍ରତିଶତଠାରୁ ଅଧିକ । ଲକ୍ଡାଉନ୍ ସମୟରେ ଦେଶରେ ବେକାରୀ ହାର ୨୪ ପ୍ରତିଶତରୁ ଅଧିକ ରହିଛି ।
ମେ’ ୨୪ରେ ଶେଷ ହୋଇଥିବା ସପ୍ତାହ ପାଇଁ ଶ୍ରମ ଅଂଶଗ୍ରହଣ ହାର ୩୮.୭ ପ୍ରତିଶତ ଥିଲା । ପୂର୍ବ ସପ୍ତାହରେ ଏହା ୩୮.୮ ପ୍ରତିଶତରୁ କମ୍ ଥିଲା । ଶ୍ରମିକ ଅଂଶ ଗ୍ରହଣ ହାରରେ ଏହି ହ୍ରାସ ତିନି ସପ୍ତାହର ସ୍ଥାୟୀ ବୃଦ୍ଧି ପରେ ଆସିଥାଏ । ଲକ୍ଡାଉନ୍ ସମୟରେ ବେକାରୀ ହାର ପ୍ରାୟ ୨୪ ପ୍ରତିଶତରେ ସ୍ଥିର ରହିଛି । ମାର୍ଚ୍ଚରେ ବେକାରୀ ହାର ୮.୮ ପ୍ରତିଶତରୁ ଏପ୍ରିଲରେ ୨୩.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ସହରାଂଚଳ ଏବଂ ଗ୍ରାମାଂଚଳରେ ବେକାରୀ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାନୁଆରୀ ୨୦୨୦ରେ ସହରୀ ବେକାରୀ ହାର ୯.୭୦ ପ୍ରତିଶତ ଥିଲା, ଯାହା ମେ’ ମାସରେ ୧୬.୦୯ ପ୍ରତିଶତ ବୃଦ୍ଧି ପାଇ ୨୫.୭୯ ପ୍ରତିଶତରେ ପହଂଚିଛି । ସେହିଭଳି ଜାନୁଆରୀ ୨୦୨୦ରେ ଗ୍ରାମୀଣ ବେକାରୀ ହାର ୬.୦୬ ପ୍ରତିଶତ ଥିଲା, ଯାହା ମେ’ ମାସରେ ୧୬.୪୨ ପ୍ରତିଶତକୁ ବୃଦ୍ଧି ପାଇ ୨୨.୪୮ ପ୍ରତିଶତରେ ପହଂଚିଛି ।
ଅନ୍ୟପକ୍ଷରେ, ମାର୍ଚ୍ଚରେ ଶ୍ରମ ଅଂଶଗ୍ରହଣ ହାର ୪୧.୯ ପ୍ରତିଶତରୁ ଏପି୍ରଲରେ ୬.୩ ପ୍ରତିଶତକୁ ହ୍ରାସ ପାଇଛି ୩୫.୬ ପ୍ରତିଶତ ହୋଇଛି । ଶ୍ରମ ଅଂଶଗ୍ରହଣ ହାର (ଏଲପିଆର) ପ୍ରାୟ ମାସର ପ୍ରତି ସପ୍ତାହରେ ବୃଦ୍ଧି ପାଉଛି ଓ ମେ’ ୧୭ରେ ଶେଷ ହୋଇଥିବା ସପ୍ତାହରେ ଏହା ୩୮.୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏପରି ଅନୁଭବ ହେଉଛି ବୈଷୟିକ ଆଧାରରେ ଏପ୍ରିଲରେ ଶ୍ରମର ଏକ ବଡ଼ ଅଂଶ ବଜାର ଛାଡ଼ିଥିଲା, ଏହା ଫେରୁଥିବା ପରି ମନେ ହେଉଛି ।
ସିଏମଆଇଇର ଉପଭୋକ୍ତା ପିରାମିଡ ଘରୋଇ ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ, ଏପି୍ରଲରେ ଶ୍ରମଶକ୍ତି ୬୮ ନିୟୁତ ହ୍ରାସ ପାଇଁ ୪୩୭ ନିୟୁତକୁ ଖସି ଆସିଛି, ଯାହାକି ଏପି୍ରଲରେ ୨୦୧୯-୨୦ରେ ୩୬୯ ନିୟୁତ ଥିଲା । ଏହି ୬୮ ନିୟୁତ ସକି୍ରୟ ଭାବରେ ·କିରି ଖୋଜିବା ବନ୍ଦ କରିଦେଇଥିଲେ । ତେବେ ରୋଚକ ବିଷୟ ହେଉଛି ସେମାନେ ·କିରି ପ୍ରତି ଆଗ୍ରହ ଦେଖାଇ ନାହାନ୍ତି ।
ସିଏମଆଇଇର ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ୱାରା ଲକ୍ଡାଉନ୍କୁ କୋହଳ କରିବା ଦ୍ୱାରା ମେ’ ମାସରେ ପ୍ରାୟ ୨ କୋଟି ଲୋକ କାମକୁ ଫେରି ଆସିଛନ୍ତି । ଫଳସ୍ୱରୂପ, ଭାରତରେ ନିଯୁକ୍ତି ହାର ୨% ବୃଦ୍ଧି ପାଇ ମେ’ ମାସରେ ୨୯% ପହଂଚିଛି, ଯାହା ଏପ୍ରିଲରେ ୨୭% ଥିଲା । ସିଏମଆଇଇର ଆକଳନ ଅନୁଯାୟୀ, ୨୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ତାଲାବ୍ଦ ବା ଲକ୍ଡାଉନ୍ ଯୋଗୁ ଦେଶର ପ୍ରାୟ ୧୨ କୋଟି ୨୦ ଲକ୍ଷ ଲୋକ ·କିରି ହରାଇଛନ୍ତି । ସିଏମଆଇଇ ଅନୁଯାୟୀ, ମେ’ ମାସରେ ଗୋଟିଏ ସପ୍ତାହ ପରେ ଶ୍ରମ ଅଂଶଗ୍ରହଣ ହାର (ଏଲପିଆର) ବୃଦ୍ଧି ପାଇଛି, ଯାହା ୧୭ ମେ’ରେ ଶେଷ ହୋଇଥିବା ସପ୍ତାହରେ ୩୮.୮%ରୁ ବୃଦ୍ଧି ପାଇଛି ।